ଅବକାରୀ ବିଭାଗର ଚଢ଼ାଉ; ୧୪୦୦ଲିଟର ମଦ ପୋଚ ନଷ୍ଟ

ବାଙ୍କୀ : କଟକ ଜିଲା ଅବକାରୀ ଏସପି ଡକ୍ଟର ଶାନ୍ତନୁ କୁମାର ଦାସଙ୍କ ନିର୍ଦେଶରେ ଆଜି ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଅବକାରୀ ଦଳ ପକ୍ଷରୁ ବାଙ୍କୀ ବ୍ଲକ ପଶାଣିଆ ଜଙ୍ଗଲ ଓ ପଶାଣିଆ ଗ୍ରାମ ନିକଟ ନାଳ ପାଖରୁ ୨ ଗୋଟି ମଦ ରନ୍ଧା ଭାଟି ନଷ୍ଟ କରିବା ସହ ୧୪୦୦ଲିଟର ମଦ ତିଆରି ଗୁଡ଼ ପୋଚ ନଷ୍ଟ କରାଯାଇଥିଲା। ଘଟଣା ସ୍ଥଳରୁ  କାହାରିକୁ ଗିରଫ କରାଯାଇନଥିଲା । ଚଢ଼ାଉ ଖବର ପାଇ ମଦ ମାଫିଆ ଫେରାର ହୋଇଥିବା ଅନୁମାନ କରାଯାଉଛି। ଆଜି ବାଙ୍କୀ ଅବକାରୀ ବିଭାଗ ଏହି ବଡ଼ ଧରଣର ଚଢ଼ାଉ କରି ମଦ ତିଆରି ଭାଟି ଭାଙ୍ଗି ଥିଲେ । ଏହି ଚଢ଼ାଉ କାର୍ଯ୍ୟକ୍ରମରେ ବାଙ୍କୀ ଅବକାରୀ ଏସାଇ ତେଲେସଫର ଲାକ୍ରା, ଏ.ଏ.ସାଇ ଦୀପକ କୁମାର ସାମଲ, କନେଷ୍ଟବଳ ସଞ୍ଜୟ କୁମାର ରାଉଳ, ଗିତାଞ୍ଜଳି ବେହେରା, ବିଶ୍ଵନାଥ ସୁରେନ ପ୍ରଭୁତି ଯୋଗ ଦେଇଥିଲେ। ଆଗାମୀ ଦିନରେ ଆହୁରି ତନଖି କାର୍ଯ୍ୟକ୍ରମ କଡାକଡି ହେବ ବୋଲି ଶ୍ରୀ ଲାକ୍ରା ପ୍ରକାଶ କରିଛନ୍ତି।

Comments are closed.