୬ଟି ନୂତନ ରାଜସ୍ୱ ନିରକ୍ଷକ କାର୍ଯ୍ୟାଳୟ ପାଇଁ ବିଧାୟକଙ୍କୁ କୃତଜ୍ଞତା

ବାଙ୍କୀ/ଡମପଡ଼ା : ବାଙ୍କୀ ଉପଖଣ୍ଡର ଉଭୟ ବ୍ଲକରେ ଛଅଗୋଟି ନୂତନ ରାଜସ୍ୱ ନିରକ୍ଷକଙ୍କ ସର୍କଲ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ଜାହିର କରିଛନ୍ତି ।  ଏନେଇ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଛନ୍ତି । ବାଙ୍କୀ ବ୍ଲକରେ ତିନିଟି ରାଜସ୍ୱ ସର୍କଲ ଯଥା କଳାପଥର, ବରପୁଟ, ସରଣ୍ଡାଗଡ଼ ସ୍ଥାନପାଇଥିବା ବେଳେ ଡମପଡ଼ା ବ୍ଲକରେ ଶିମିଳିପୁର ,କଇଁମୁଣ୍ଡି, ଭଗୀପୁର ଠାରେ ରାଜସ୍ୱ ନିରକ୍ଷକଙ୍କ ସର୍କଲ ହେବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ଦୂରଦୂରନ୍ତରୁ ଆସୁଥିବା ଜନସାଧାରଣ ଏବେ ନିକଟବର୍ତ୍ତୀ ସ୍ଥାନରେ ବିଭିନ୍ନ ଜମିଜମା ସଂକ୍ରାନ୍ତିୟ କାର୍ଯ୍ୟ କରିପାରିବେ ବୋଲି  ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ପଥୁରପଡା ସରସ୍ୱତୀ ଶିଶୁମନ୍ଦିର ଠାରେ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ବରପୁଟ ଗ୍ରାମପଂଚାୟତର ଅନେକ ବୁଦ୍ଧିଜୀବୀ ବରପୁଟରେ ନୂତନ ରାଜସ୍ୱ କାର୍ଯ୍ୟାଳୟ ପାଇଁ ଖୁସି ବ୍ୟକ୍ତି କରିଛନ୍ତି । ଏଥିରେ ସମାଜସେବୀ ଜୟକୃଷ୍ଣ ମିଶ୍ର, ବିଜୟ ପ୍ରତିହାରୀ, ଗୋପବନ୍ଧୁ ମହାନ୍ତି, ଗୁରୁବାରୀ ପଣ୍ଡା, ମନୋଜ କୁମାର ତ୍ରିପାଠୀ, ନୀଳମାଧବ ତ୍ରିପାଠୀ, ସନାତନ ବେହେରା, ସୁଧାଂଶୁ ମୋହନ ତ୍ରିପାଠୀ, ଅଭିମନ୍ୟୁ ତ୍ରିପାଠୀ, ଯୋଗେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲା ବେଳେ ଶିମିଳିପୁର ରାଜସ୍ୱ ସର୍କଲ ପାଇଁ ବିଭୂପ୍ରସାଦ ସାମଲ, ସୁବୋଧ କୁମାର ସାମଲ, ଦେବୀଦ ବିଭୂତି ରାୟ ପ୍ରମୁଖ ଖୁସି ଜାହିର କରିଛନ୍ତି ।

Comments are closed.