ପୂର୍ବତନ ମନ୍ତ୍ରୀ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କ ୧୨ତମ ଶ୍ରାଦ୍ଧୋତ୍ସବ

ବାଙ୍କୀ:ବାଙ୍କୀ ଶିଶୁଆ ଗ୍ରାମରେ ପୂର୍ବତନ ସମବାୟ ମନ୍ତ୍ରୀ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କର ୧୨ତମ ବାର୍ଷିକ ଶ୍ରାଦ୍ଧୋତ୍ସବ ରବିବାର ଦିନ ସକାଳେ ଗ୍ରାମବାସୀଙ୍କ ସୌଜନ୍ୟତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ତାଙ୍କ ଡାକ୍ତରଖାନା ସମ୍ମୁଖସ୍ଥ ପ୍ରତିମୂର୍ତ୍ତୀରେ ଯୋଗେଶ ଚନ୍ଦ୍ର ଜୟନ୍ତୀ କମିଟି,ଯୋଗେଶ ଚନ୍ଦ୍ର ସ୍ମୃତି କମିଟି ଓ ଶିଶୁଆ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭା ସମବାୟବିତ୍ ତଥା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାଷ ଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଡଃ ଗଣେଶ୍ୱର ସ୍ୱାଇଁ, ସମ୍ମାନିତ ଅତିଥି ଭାବରେ ଡାକ୍ତର ଯଗଦିଶ ପଣ୍ଡା, ଅଧ୍ୟାପକ ମନୋଜ କୁମାର ମହାପାତ୍ର,ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର, ସନାତନ ବେହେରା ଓ ଓକିଲ ସନ୍ତୋଷ କୁମାର ରଣା ପ୍ରମୁଖ ଯୋଗଦେଇ ବାଙ୍କୀର ଶିକ୍ଷା, ସମବାୟ,ସ୍ୱାସ୍ଥ୍ୟ ଓ କୃଷିର ଉନ୍ନତି କ୍ଷେତ୍ରରେ ସ୍ୱର୍ଗତଃ ରାଉତଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ଶିକ୍ଷାବିତ୍ ମନୋଜ କୁମାର ରାଉତ ଅତିଥି ପରିଚୟ ରଖି ସ୍ୱାଗତ ଭାଷଣ ଦେଇଥିଲା ବେଳେ ଜୟନ୍ତୀ କମିଟି ପକ୍ଷରୁ ଗୋପବନ୍ଧୁ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

 

ଭାରତବର୍ଷରେ ଫସଲବୀମା ଯୋଜନାକୁ କୃଷକ ମାନଙ୍କ ପାଇଁ କାର୍ଯ୍ୟକାରୀ କରିବା ତାଙ୍କର ଏକ ବିଶେଷ ଅବଦାନ ବୋଲି କହି ଆଧୁନିକ ବାଙ୍କୀର ନିର୍ମାତା ବୋଲି ବକ୍ତବ୍ୟରେ କହିଛନ୍ତି। ସମ୍ବାଦିକ ଗୈାରାଙ୍ଗ ବେହେରା,ବିଭୂପ୍ରସାଦ ସାମଲ,ଅକ୍ଷୟ କୁମାର ସାମଲ,ପବିତ୍ର ପ୍ରଧାନ,ପ୍ରସନ୍ନ କୁମାର ପ୍ରଧାନ,ଖଗେନ୍ଦ୍ର ରାଉତ,ଲଲାଟେନ୍ଦୁ ପଣ୍ଡା,ଦାସରଥୀ ରାଉତ,ଗିରିଧାରୀ ବେହେରା,ନକୂଳ ପରିଡା,ଅଜିତ ରାଜ,ଜାପାନୀ ପରିଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।

Comments are closed.