ଆଜିଠୁ ବ୍ୟାଙ୍କ କାରବାରରେ ଆଧାର, ପାନ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଣ କରିବା କ୍ଷେତ୍ରରେ ନୂଆ ନିୟମ ଗୁରୁବାର (ମେ ୨୬)ଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଗୋଟିଏ ଆର୍ଥିକ ବର୍ଷରେ ୨୦ଲକ୍ଷରୁ ଅଧିକ ଟଙ୍କା ଜମା କିମ୍ବା ଉଠାଣ କ୍ଷେତ୍ରରେ ଆଧାର କିମ୍ବା ପାନ୍ ନମ୍ବର ଦେବା ବାଧ୍ୟତାମୂଳକ। ବ୍ୟାଙ୍କ ସହିତ ବାଣିଜ୍ୟିକ ବ୍ୟାଙ୍କ, ଡ଼ାକଘର, ସମବାୟ ବ୍ୟାଙ୍କ ସମସ୍ତ ଆର୍ଥିକ ସଂସ୍ଥାରେ ୨୦ଲକ୍ଷରୁ ଅଧିକ କାରବାର କ୍ଷେତ୍ରରେ ପାନ୍ କିମ୍ବା ଆଧାର ନମ୍ବର ଦେବା ବାଧ୍ୟତାମୂଳକ। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏ ସମ୍ପର୍କରେ ମେ ୧୦ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା।

Comments are closed.