ଋଣୀ ଚାଷୀଙ୍କ ନବୀକରଣ କରିବାକୁ ତହସିଲଦାରଙ୍କୁ ଦାବିପତ୍ର

ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକର ବେଲପଡା, କପିଲାଭଟା, କୁଣ୍ଡାବୁଟୁଲା ପଞ୍ଚାୟତର ଚାଷୀ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ ବଙ୍ଗୋମୁଣ୍ଡା ଏସବିଆଇ ବ୍ୟାଙ୍କ ପରିଚାଳକଙ୍କ ମନୋମୁଖୀ କାର୍ୟ୍ୟ ଯୋଗୁଁ ଅନେକ ଚାଷୀ ଋଣ ନବୀକରଣରୁ ବଞ୍ଚିତ ହେବାକୁ ଯାଉଛନ୍ତି।

ଚଳିତ ବର୍ଷ କୃଷି ଋଣ ନବୀକରଣ ନିମନ୍ତେ ଶାଖା ପରିଚାଳକ ୨୦ ହଜାର ଟଙ୍କା ପଇଠ କରିବାକୁ ବାଧ୍ୟ କରିବା ସହ ଟଙ୍କା ପଇଠ ନକଲେ ନବୀକରଣ ହୋଇପାରିବ ନାହିଁ ବୋଲି କହୁଛନ୍ତି। ଗତ କିଛି ବର୍ଷ ଧରି କୃଷି ଋଣ ନବୀକରଣ କରାଯାଇ ଚାଷୀଙ୍କୁ ୧୦ ପ୍ରତିଶତ ଟଙ୍କା ପ୍ରଦାନ କରାଯାଉଥିଲା। ଏବର୍ଷ କରୋନା ଲକଡାଉନ ପରିସ୍ଥିତିରେ ରୋଜଗାର ଶୂନ୍ୟ ହୋଇପଡିଥିବା ବେଳେ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି। ଏଭଳିି ସ୍ଥିତିରେ ଚାଷୀଙ୍କୁ କୃଷି ଋଣ ନବୀକରଣ ପାଇଁ ବ୍ୟାଙ୍କ ଶାଖା ପରିଚାଳକ ଟଙ୍କା ପଇଠ କରିବା ପାଇଁ କହୁଥିବାରୁ ଅନେକ ଚାଷୀ କୃଷି ଋଣ ନବୀକରଣ ରୁ ବଞ୍ଚିତ ହେବାକୁ ଯାଉଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି।କୃଷି ନବୀକରଣ ନ ହେଲେ ଚଳିତ ବର୍ଷ ର କୃଷି କାର୍ୟ୍ୟ ପ୍ରଭାବିତ ହେବା ସହ ଅନେକ ଲୋକ କ୍ଷତିଗ୍ରସ୍ତ ହେବେ। ଚାଷୀ ମାନଙ୍କ କୃଷି ଋଣ ନବୀକରଣ ପାଇଁ ଟଙ୍କା ଅସୁଲି କରା ନଯାଉ ବୋଲି ଦାବି କରିଛନ୍ତି ତିନୋଟି ପଞ୍ଚାୟତର ଶତାଧିକ ଚାଷୀ।

ଆଜି ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସାଶନ ସଚିବ, କୃଷି ମନ୍ତ୍ରୀ, ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସମାଜସେବୀ ଅଜିତ କୁମାର ଯୋଷୀ, ଖିରଧର ବେହେରା, ଜୟଦେବ ନାଗ, କ୍ଷେତ୍ର ନାଗ, ଲୁଚନ ବେହେରା, ଭକ୍ତବନ୍ଧୁ ବେହେରା, ବେଦମତି ବେହେରା, ପ୍ରଦୀପ ବାଗ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ।

Comments are closed.