ଧର୍ମଘଟରୁ ଓହରିଲେ ବାଂଲାଦେଶ କ୍ରିକେଟର

ଢାକା : ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ବୁଧବାର ବିଳମ୍ବିତ ରାତିରେ କ୍ରିକେଟରଙ୍କ ପ୍ରାୟ ସବୁ ଦାବି ମାନ ନେବା ଫଳରେ ଖେଳାଳିମାନେ ଧର୍ମଘଟରୁ ଓହରି ଥିବା ଜଣାପଡିଛି। ବାଂଲାଦେଶ କ୍ରିକେଟରମାନଙ୍କ ଧର୍ମଘଟ ଓହରିବା ଫଳରେ ଦଳର ଭାରତ ଗସ୍ତ ନିଶ୍ଚିତ ହୋଇଛି। ଏନେଇ ବାଂଲାଦେଶ ଟେଷ୍ଟ ଏବଂ ଟ୍ବେଣ୍ଟି-୨୦ ଅଧିନାୟକ ସାକିବ୍ ଅଲ୍ ହାସନ୍ ସୂଚନା ଦେଇଛନ୍ତି।

pic courtesy-cricketcountry.com

ସୂଚନା ଅନୁସାରେ, ଅକ୍ଟୋବର ୨୧ତାରିଖ ସୋମବାରରୁ ବେତନ ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ବାଂଲାଦେଶ କ୍ରିକେଟରମାନେ ଧର୍ମଘଟକୁ ଓହ୍ଲାଇଥିଲେ। ଦାବି ପୂରଣ ନ ହେବା ଯାଏ ଖେଳାଳିମାନେ କୌଣସି କ୍ରିକେଟ ମ୍ୟାଚରେ ଅଂଶଗ୍ରହଣ କରିବେ ନାହିଁ ବୋଲି ରୋକ୍‌ ଠୋକ୍‌ ମନାକରିଥିଲେ। ଧର୍ମଘଟରେ ପାଖାପାଖି ୫୦ ଖେଳାଳି ସାମିଲ ହୋଇଥିଲେ।

Comments are closed.