ଭାରତ-ବାଂଲାଦେଶ ଶେଷ ଟ୍ବେଣ୍ଟି-୨୦: ଟସ୍ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି

ନାଗପୁର : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ନାଗପୁରରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବାକୁଥିବା ଟ୍ବେଣ୍ଟି-୨୦ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଜିର ମ୍ୟାଚରେ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। କ୍ରୁନାଲ ପାଣ୍ଡିଆଙ୍କ ସ୍ଥାନରେ ମନିଷ ପାଣ୍ଡେଙ୍କୁ ଖେଳିବାର ସୁଯୋଗ ମିଳିଛି।

ଟ୍ବେଣ୍ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇଥିଲା। ବର୍ତ୍ତମାନ ସିରିଜ୍‌ ୧-୧ ସ୍ଥିତିରେ ରହିଥିବା ବେଳେ ଏହି ମ୍ୟାଚ୍‌କୁ ଜିତି ଉଭୟ ଦଳ ସିରିଜ୍‌ ହାତେଇବାକୁ ନିଶ୍ଚିତ ଭାବେ ଉଦ୍ୟମ କରିବେ।

Comments are closed.