ପାଟଣାରେ ଭଳିବଲ ପ୍ରତିଯୋଗିତା

ପାଟଣା : ପାଟଣା ମହାବିଦ୍ୟାଳୟ ଭଲି ମଇଦାନରେ ଏକ ଦିବସୀୟ ଦିବାରାତ୍ର ଭଲିବଲ ପ୍ରତିଯୋଗିତା ଗୁରୁବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ପ୍ରତିଯୋଗିତାରେ ମୋଟ ୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ୟାଚ ସ୍ୱାମପାଟଣା ଓ କରଞ୍ଜିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରେଫରି ରୋସନ କୁମାର ସାହୁ ଓ ଚିନ୍ତାମଣି ବେହେରା ପ୍ରତିଯୋଗିତା ପରିଚାଳନା କରିଛନ୍ତି । ମୁଖ୍ୟ ଅତିଥି ପ୍ରାଧ୍ୟାପକ ଜୟନ୍ତ କୁମାର ଦ୍ବିବେଦୀ  ଫିତା କାଟି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ହଳଧର ସାହୁ, ଅଧ୍ୟାପିକା ସୁଷ୍ଣତା ଶୋଭାଲିନ ମହାପାତ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ଆବାହକ ତଥା ମହାବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁଙ୍କ ସହ ବ୍ରଜେନ୍ଦ୍ର କୁମାର ପତି, ଭୁତ ମହାନ୍ତ, ଗୋବିନ୍ଦ ପାତ୍ର,ଶୁଶାନ୍ତ ରାଉଳ ଓ ପ୍ରହଲ୍ଲାଦ ବେହେରା ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତା ଚାଲିଛି।

Comments are closed.