ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଫେରାଇନେବ ବାଂଲାଦେଶ, ତାଲିକା ମାଗିଲେ ବିଦେଶମନ୍ତ୍ରୀ

ଢାକା: ଭାରତରେ ନାଗରିକତା ଆଇନ ଅଣାଯିବା ପରେ ଦେଶରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀମାନଙ୍କୁ ନିଜ ଦେଶକୁ ଫେରାଇନେବ ବାଂଲାଦେଶ। ଏ ନେଇ ବାଂଲାଦେଶ ବିଦେଶ ମନ୍ତ୍ରୀ ଭାରତକୁ ବାଂଲାଦେଶୀ ନାଗରିକମାନଙ୍କ ତାଲିକା ଦେବାକୁ ଅନୁରୋଧ କରିଛନ୍ତି। ବାଂଲାଦେଶ ବିଦେଶ ମନ୍ତ୍ରୀ ଏ.କେ. ଅବଦୁଲ ମୋମିନ କହିଛନ୍ତି, ତାଙ୍କ ଦେଶ ଭାରତକୁ ଅନୁରୋଧ କରି ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶ ନାଗରିକଙ୍କ ତାଲିକା ଦେବାକୁ କୁହାଯାଇଛି। ବାଂଲାଦେଶ ନିଜ ନାଗରିକମାନଙ୍କୁ ଫେରାଇନେବାକୁ ପ୍ରସ୍ତୁତ ରହିଛି। ଏନଆରସିକୁ ନେଇ ମୋମିନଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବା ପରେ ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ଗତ ଗୁରୁବାର ମୋମିନ ନିଜର ଭାରତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଥିଲେ। ବ୍ୟସ୍ତତା ଯୋଗୁ ସେ କାର୍ଯ୍ୟକ୍ରମ ବାତିଲ କରିଦେଇଥିବା କହିଥିଲେ। ତେବେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ସ୍ଥିର ରହିଛି ଏବଂ ଏଥିରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି କହିଥିଲେ।

Comments are closed.