ବାଂଲାଦେଶ କ୍ରିକେଟର୍‌ଙ୍କୁ ଦିଆଯିବ କରୋନା ଟିକା

ଢାକ : ବାଂଲାଦେଶ କ୍ରିକେଟର୍‌ଙ୍କୁ କରୋନା ଟିକା ଦିଆଯିବ ବୋଲି ବାଂଲାଦେଶ କ୍ରିକେଟ୍‌ ବୋର୍ଡ ତରଫରୁ ଗୁରୁବାର ଘୋଷଣା କରାଯାଇଛି। ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଥିବା ବାଂଲାଦେଶ କ୍ରିକେଟ୍‌ ବୋର୍ଡ ପ୍ରଥମେ କ୍ରିକେଟର୍‌ଙ୍କୁ ଟିକା ଦେବ ବୋଲି ନିଷ୍ପତ୍ତି ନେଇଛି।
ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା ଦେଶର ୫୦୦ ଜଣ କ୍ରିକେଟର୍‌ଙ୍କୁ କରୋନା ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କ୍ରିକେଟର୍‌ଙ୍କ ନିମନ୍ତେ କରୋନା ଟିକା କେଉଁଠାରୁ ଆସିବ ସେ ସଂପର୍କରେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ସଭାପତି ନଜମୁଲ୍‌ ହସନ୍‌ ବେକ୍ସିକୋ ଫାର୍ମାସୁଟିକାଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଛନ୍ତି। ଇତିମଧ୍ୟରେ ବେକ୍ସିକୋ ତରଫରୁ ବାଂଲାଦେଶ ସରକାରଙ୍କ ତରଫରୁ ୩ କୋଟି କରୋନା ଟିକା ପାଇଁ ଭାରତ ସରକାରଙ୍କ ସହ ଚୁକ୍ତି ହୋଇଛି। ଏଥିରୁ କିଛି ଟିକା ଖେଳାଳିଙ୍କୁ ପ୍ରଦାନ କରାଯିବ ବୋଲି ଆଲୋଚନା ହେଉଛି।

Comments are closed.