ବାଙ୍ଗିରିପୋଷିରେ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ଓ ହାତୀ ବେଶ

ଦ୍ୱାରଶୁଣି : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବାଙ୍ଗିରିପୋଷି ଶ୍ରୀଜଗନ୍ନାଥ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ପରମ୍ପରା ଓ ରୀତିନୀତି ଅନୁଯାୟୀ ଚତୁର୍ଦ୍ଧାମୂରତିଙ୍କ ମହାସ୍ନାନ ସମ୍ପନ୍ନ ହୋଇଛି । ସକାଳେ ମଙ୍ଗଳ ଆଳତି ପରେ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ସ୍ନାନମଣ୍ଡପ ଅଣାଯାଇଥିଲା। ଏହାପରେ ପଞ୍ଚାମୃତ, ଗଙ୍ଗାଜଳ, ପଇଡ ଜଳରେ ସ୍ନାନ ପରେ ସୁବାସିତ ଜଳରେ ଶ୍ରୀଜିଉ ସ୍ନାନ କରିଥିଲେ। ତିନି ଠାକୁରଙ୍କୁ ହାତୀ ବେଶ କରାଯିବା ପରେ ନୂଆ ଲୁଗା ଲାଗି କରାଯାଇଥିଲା। ଏହାପରେ ଠାକୁରଙ୍କ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଏବଂ ଅବକାଶ ନୀତି ପରେ ଭକ୍ତମାନଙ୍କ ଶାହାଣମେଳା ଦର୍ଶନ କରାଯାଇଥିଲା । ଶଙ୍ଖ ଓ ହୁଳହୁଳିର ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା । ଆଜି ବହୁତ ଗୁଳ ଗୁଳି ହେବ ସତ୍ବେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

Comments are closed.