ସ୍କୁଲରୁ ଫେରୁଥିବା ବେଳେ ଚଢିଗଲା ଟ୍ରକ, ଷଷ୍ଠ ଶ୍ରେଣୀ ଛାତ୍ର ମୃତ

ବଣେଇ: ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଜାତୀୟ ରାଜପଥ ୧୪୩ ଦରଜିଙ୍ଗ ଠାରେ ସ୍କୁଲରୁ ଫେରୁଥିବା ଷଷ୍ଠ ଶ୍ରେଣୀ ଛାତ୍ର ଉପରେ ଏକ ୧୦ ଚକିଆ ଟ୍ରକ ଚଢିଯାଇଥିବା ସୂଚନାମିଳିଛି। ଟ୍ରକଟି ଚଢି ଯିବାରୁ ଘଟଣା ସ୍ଥଳରେ ଛାତ୍ରଟିର ମୃତ୍ୟୁ ଘଟିଛି ।

ଏହି ଘଟଣାପରେ ଉତ୍ୟକ୍ତ ଲୋକ ରାସ୍ତା ରୋକ କରିବା ସହ ଟ୍ରକଟିର ଚାଳକକୁ ନିଦ୍ଧୁମ ମାଡ ମାରିଛନ୍ତି। ଉତ୍ୟକ୍ତ ଲୋକଙ୍କ  ମାଡରେ ଚାଳକ ଗୁରୁତର ହୋଇଛି । ମୃତକ ଛାତ୍ରକୁ କ୍ଷତି ପୂରଣ ଦାବୀ କରି ଅଂଚଳ ବାସୀଙ୍କ ରାସ୍ତା ରୋକ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି।

Comments are closed.