ମଇଁଷିକୁ ଧକ୍କା ଦେଲା ବନ୍ଦେ ଭାରତ ଏକ୍ସପ୍ରେସ, ଇଞ୍ଜିନ କ୍ଷତିଗ୍ରସ୍ତ

ଡେସ୍କ: ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଏକ ମଇଁଷିକୁ ଧକ୍କା ଦେବାରୁ ଏହାର ଇଂଜିନ କ୍ଷତିଗ୍ରସ୍ତ ହଃପିଥିବା ସୂଚନା ମିଳିଛି। ମୁମ୍ବାଇ ବାଟବା ଷ୍ଟେସନରୁ ମଣିନାଗର ରେଳ ଲାଇନରେ ଗାନ୍ଧିନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଯାଉଥିବା ବେଳେ ହଠାତ ଏକ ଗୋରୁ ପଲ ଲାଇନ ଉପରକୁ ପଳାଇ ଆସିବାରୁ ଏକ ମଇଁଷି ସହ ଟ୍ରେନର ସମ୍ମୁଖ ଭାଗ ଧକ୍କା ଖାଇଥିଲା। ଫଳରେ ଟ୍ରେନ ଇଞ୍ଜିନର ସମ୍ମୁଖ ଭାଗ ନଷ୍ଟ ହୋଇଛି। ତେବେ ଏହୁ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କ୍ଷତି ଘଟିନଥିବା ଜଣାପଡିଛି।

Comments are closed.