ସ୍ମାର୍ଟ ସ୍କୁଲରେ ବିପଦସଙ୍କୁଳ ଅବସ୍ଥାରେ ପାଠପଢୁଛନ୍ତି ଛାତ୍ରୀ

ଜି ଉଦୟଗିରି: ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଆଧୁନିକ ଯୁଗରେ ଉଚ୍ଚାଭିଳାଷ ରଖି ଶିକ୍ଷା ଲାଭ କରିବା ଉଦ୍ଦେଶ୍ୟରେ ସ୍ମାର୍ଟ ସ୍କୁଲର ପରିକଳ୍ପନା କରିଥିଲେ। ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ ଓ ରିଡିଂ ରୁମ୍, ମଡନ ସାଇନ୍ସ ଲବ୍ରୋଟୋରୀ, ଆଇସିଟି ଲାବ୍, ଉନ୍ନତମାନର ଖେଳ ପଡ଼ିଆ ଓ ଖେଳ ସାମଗ୍ରୀ ଆଦି ଥାଇ ପିଲାଙ୍କୁ ଶିକ୍ଷା ଦେବା ଏହାର ମୂଳ ଲକ୍ଷ୍ୟ। କିନ୍ତୁ ଦିତୀୟ ପର୍ଯ୍ୟାୟରେ ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ବନଶ୍ରୀ ବାଳିକା ଉଚ୍ଚବିଦ୍ୟାଳୟରେ ଉପରୋକ୍ତ ସୁବିଧା ଥିଲେ ସୁଦ୍ଧା ତାହା ବ୍ୟବହାରଯୋଗ୍ୟ ହୋଇନାହିଁ।

ଅପରପକ୍ଷେ ଛାତ୍ରୀମାନେ ବିପଦସଙ୍କୁଳ ଅବସ୍ଥାରେ ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଛି। ପାଣି ଟାଙ୍କିରୁ ପାଣି ଉଠାଇବା ପାଇଁ ଲାଗିଥିବା ତାରକୁ ବେପରୁଆ ଭାବରେ ଛାଡ଼ି ଦେଇଛନ୍ତି ଯେ କରେଣ୍ଟ ମାରିବା ଭୟରେ ସେପଟେ ଯିବାକୁ ସୁରକ୍ଷା ମଣୁ ନାହାନ୍ତି ଛାତ୍ରୀମାନେ। ଅପରପକ୍ଷେ ଲୋକାର୍ପିତ ହେବାର ମାତ୍ର ୩ମାସ ହୋଇଥିଲେ ସୁଦ୍ଧା ବହୁ ସମସ୍ୟା ଥିବା ଦେଖିବାକୁ ମିଳିଛି ଏହି ସ୍କୁଲରେ। ଏପଟେ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ନେଇ ପଞ୍ଚାୟତ ସମିତି ଅଡିଟୋରିୟମରେ ବିଦ୍ୟାଳୟର ସମସ୍ୟା ଉପରେ ଆଲୋଚନା କରିଛନ୍ତି। ତୃତୀୟ ପର୍ଯ୍ୟାୟ ସ୍ମାର୍ଟ ସ୍କୁଲ ହେବାକୁ ଆସିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟର ସମସ୍ୟା କେବେ ସମାଧାନ ହେଉଛି ଦେଖିବାକୁ ବାକି ରହିଲା।

Comments are closed.