ପରୀକ୍ଷା ଦେଉଥିଲେ ଛାତ୍ର ; ଚାଲିଗଲା ଜୀବନ

ବଣାଇ : ଏମିତି ବି ଆସେ ମୃତ୍ୟୁ। ପରୀକ୍ଷା ଦେବା ସମୟରେ ଆଖି ବୁଜିଲେ ଛାତ୍ର। ଆଜି ବଣାଇରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ବଣାଇଗଡ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବୋର୍ଡ ପରୀକ୍ଷା ଚାଲିଥିବା ସମୟରେ ହଠାତ୍ ଜଣେ ଛାତ୍ର ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ। କଲେଜ କର୍ତୃପକ୍ଷ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଣାଇ ସରକାରୀ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଛନ୍ତି । ମୃତ ଛାତ୍ର ଜଣକ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଜୁନିଆନୀ ଗ୍ରାମର ଏମ୍ ଡି ଅରଵାଜ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ବଣାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Comments are closed.