ବିଥଲ ଭରଦ୍ବାଜ ଏକ ମିନିଟରେ ଆବୃତ୍ତି କଲେ ସର୍ବାଧିକ ଗୀତା ଶ୍ଲୋକ, ଇଣ୍ଡିଆ ବୁକ୍ ଅଫ ରେକଡର୍ସରେ ପାଇଲେ ସ୍ଥାନ

ବ୍ରହ୍ମପୁର: ଏକ ମିନିଟରେ ଶ୍ରୀମଦ ଭାଗବତ ଗୀତାର ସର୍ବାଧିକ ଶ୍ଳୋକ ଆବୃତ୍ତି କରି ଇଣ୍ଡିଆ ବୁକ୍ ଅଫ ରେକଡର୍ସରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ଡିଏଭି ପବ୍ଳିକ୍ ସ୍କୁଲର ଛାତ୍ର ବିଥଲ ଭରଦ୍ବାଜ। ଭଗବତ ଗୀତାର ୧୫ ଅଧ୍ୟାୟର ୧୩ଟି ଶ୍ଲୋକକୁ ବିଥଲ୍ ୧ ମିନଟ ମଧ୍ୟରେ ଆବୃତ୍ତି କରିଥିବାରୁ ତାଙ୍କ ନାମରେ ରେକର୍ଡ ସ୍ଥାପନ ହୋଇଛି ବୋଲି ଇଣ୍ଡିଆ ବୁକ୍ ଅଫ ରେକଡର୍ସ ପକ୍ଷରୁ କୁହାଯାଇଛି।
ବ୍ରହ୍ମପୁର ଡିଏଭି ପବ୍ଲିକ୍ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଥିବା ୧୬ ବର୍ଷୀୟ ବିଥଲ୍ ତାଙ୍କ ଶିକ୍ଷୟିତ୍ରୀ ବିଳାସିନୀ ଦାସଙ୍କ ମାର୍ଗଦର୍ଶନରେ ଏହି ସଫଳତା ପାଇପାରିଛନ୍ତି। ବିଥଲ୍ଙ୍କ ଏହି ସଫଳତା ପାଇଁ ଆଜି ବିଥଲଙ୍କୁ ସ୍କୁଲ ଅଧ୍ୟକ୍ଷା ଧରାଶ୍ରୀ ପାଢୀ ପୁଷ୍ପଗୁଚ୍ଛ ଦେଇ ଶଭେଚ୍ଛା ଜଣାଇଥିଲେ।