ବନ ବିଭାଗ ହେପାଜତରେ ମୃତ୍ୟୁ ଅଭିଯୋଗ

ବାଲୁଗାଁ: କାଠଚୋର ସନ୍ଦେହରେ ଅଟକ ବ୍ୟଙ୍କିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ବାଣପୁର ମେଡ଼ିକାଲ୍‌ରେ ମୃତକଙ୍କ ପରିବାର ଲୋକଙ୍କ ପାଟିତୁଣ୍ଡ। ବନ ବିଭାଗ କର୍ମଚାରୀ ପିଟିପିଟି ମାରି ଦେଇଥିବା ଅଭିଯୋଗ। ମୃତକ ନୟାଗଡ଼ ଜିଲା ଶରଣକୂଳ ନିକଟ ଗୋଲ୍‌ଗାଁର ବଳଭଦ୍ର ବେହେରା। ଗତକାଲି ପାଟ୍ରୋଲିଂବେଳେ ଧରାପଡ଼ିଥିଲେ ବଳଭଦ୍ର ବେହେରା। ଟାମଣା ପାହାଡ଼ରୁ ଧରି ବନ ବିଭାଗ କର୍ମଚାରୀ ବିଟ୍‌ ହାଉସ୍‌ ନେଇଥିଲେ। କୌଣସି କାରଣୁ ବଳଭଦ୍ର ଅସୁସ୍ଥ ହେବା ପରେ ତାଙ୍କୁ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

Comments
Loading...