ବିଚ ରାସ୍ତାରେ ନାବାଳିକାଙ୍କ ଗଳା କାଟି ହତ୍ୟା ଉଦ୍ୟମ

ବାଲେଶ୍ୱର : ବାଲେଶ୍ବର ସହରର ମଧ୍ୟ ଭାଗରେ ତଥା ଜିଲାପାଳଙ୍କ ମୁଖ୍ୟ ଗେଟ ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ନାବାଳିକାଙ୍କର ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ତଥା ସମ୍ପୂର୍ଣ୍ଣ ଭିଡ଼ ଅଞ୍ଚଳରେ ବିଚ ରାସ୍ତାରେ ଏଭଳି ଘଟଣା ଘଟିବା ପୁଲିସର ଅପାରଗତାକୁ ସମ୍ମୁଖକୁ ଆଣିଛି। ପୁଲିସ ପ୍ରତି ଅପରାଧୀଙ୍କର ଭୟ ଧୀରେ ଧୀରେ କମି ଯାଉଥିବାରୁ ସହର ତଥା ଜିଲାରେ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବଢ଼ୁଛି ବୋଲି ଚର୍ଚ୍ଚା ହେଉଛି। ସେଲସ ଟ୍ୟାକ୍ସ କଲୋନୀର ଜଣେ ନାବାଳିକା ଟ୍ୟୁସନ ହେବା ପାଇଁ ସନ୍ଧ୍ୟାରେ ଏଡିଏମ ଛକ ଯାଇଥିଲେ। ସେଠାରେ ପ୍ରାୟ ୬.୩୦ ସମୟରେ ଜିଲାପାଳଙ୍କ କାର୍ଯ୍ୟାଳାୟ ଦେଇ ଘରକୁ ଫେରୁଥିଲେ। ତେବେ ଜିଲାପାଳଙ୍କ ମୁଖ୍ୟ ଗେଟ ସମ୍ମୁଖରେ ସଞ୍ଜୀବ ନାମକ ଜଣେ ଯୁବକ ନାବାଳିକାଙ୍କ ବେକକୁ ଛୁରିରେ କାଟି ଦେଇଥିବା କୁହାଯାଉଛି। ନାବାଳିକା ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ତନାଘନା ଚଳାଇଥିବା ବେଳେ ପ୍ରେମ ସମ୍ପର୍କକୁ ନେଇ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି।

Comments are closed.