ଶୀତ ନେଲା ଜୀବନ: କଢେଇ ନିଅାଁରେ ଜଳିଗଲେ ମହିଳା

ବାଲିଗୁଡା : ସମଗ୍ର କନ୍ଧମାଳ ଜିଲା ଶୀତରେ ଥରି ଉଠିଛି। ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଉଁଥିବା ସମୟରେ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଛି। ଘଟଣାଟି ଘଟିଛି ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର କତେରିଭଟ୍ଟା ଗ୍ରାମରେ। ଗତକାଲି ରାତିରେ ପ୍ରବଳ ଶୀତରୁ ରକ୍ଷା ପାଇବାକୁ କତେରିଭଟ୍ଟା ଗ୍ରାମର ଫୁଲ ମଳିକ ଓ ସ୍ୱାମୀ ବୃନ୍ଦାବନ ମଳିକ ଘରେ ଏକ କଡେଇରେ ନିଆଁ ଲଗାଇ ଶୋଇ ଯାଇଥିଲେ। କଡେଇ ନିଆଁ ପାଖରେ ଥିବା ଖଲିପତ୍ରରେ ଲାଗିଯାଇଥିଲା। ନିମିଷକ ମଧ୍ୟରେ ଘର ଭିତରେ ନିଅାଁ ବ୍ୟାପିଯିବା ସହ ଫୁଲ ମଳିକଙ୍କ ଦେହରେ ଲାଗି ଯାଇଥିଲା ଖବର ପାଇ ବାଲିଗୁଡା ଦମକଳ ବାହିନୀ ପହଞ୍ଚିବା ବେଳକୁ ଫୁଲ ଦଗ୍ଧୀଭୂତ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ବୃନ୍ଦାବନ ମଳିକ ବାଲିଗୁଡା ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତଦନ୍ତ ଜାରି ରହିଛି ବୋଲି ଏସଆଇ କୁଳମଣି ରାଉତ ସୂଚନା ଦେଇଛନ୍ତି।