କରୋନାରେ ହୋଟେଲ ମାଲିକଙ୍କ ମୃତ୍ୟୁ

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ ବଜାରରେ ହୋଟେଲ କରିଥିବା ଜଣେ ବ୍ୟବସାୟୀଙ୍କ କରୋନାରେ ମୃତ୍ୟୁ ଘଟିଛି। ଉକ୍ତ ଅଞ୍ଚଳର ମୁନା ଓରଫ ରଞ୍ଜିତ ବେହେରା (୩୨) ନାମକ ହୋଟେଲ ମାଲିକ ୩/୪ଦିନ ତଳୁ ଅସୁସ୍ଥ ହୋଇ ପଡ଼ିଥିଲେ। ସ୍ୱାବ ପରୀକ୍ଷା ପରେ ସେ କରୋନା ରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ରବିବାର ଶ୍ୱାସକ୍ରିୟା ରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.