ହତ୍ୟାକାଣ୍ଡର ସାତ ଦିନ ପରେ ଘଟଣାର ପର୍ଦ୍ଦାଫାଶ ; ୭ ଗିରଫ

ବାଲେଶ୍ୱର  : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ବାଇପାସ୍ ରାସ୍ତା ଅଚ୍ୟୁତପୁର ଗାଁ ନିକଟ ସତ୍ୟନଗରରେ ଜମି ବ୍ୟବସାୟୀ ମାଲିକ ରମେଶ ବେହେରା(ନୁନୁ)ଙ୍କୁ ଗତ ଶନିବାର ସନ୍ଧ୍ୟାରେ ଜଘନ୍ୟ ହତ୍ୟା କରାଯାଇଥିଲା । ଜଣାଶୁଣା ଜମି ବ୍ୟବସାୟୀ ତଥା ସତ୍ୟମ ଡେଭଲପର୍ସ ମାଲିକ ରମେଶଙ୍କ ହତ୍ୟାକାଣ୍ଡର ସାତ ଦିନ ପରେ ପୁଲିସ ଘଟଣାର ପର୍ଦ୍ଦାଫାଶ କରିଛି । ଏନେଇ ଶିଳ୍ପାଞ୍ଚଳ ଥାନରେ ଏସ.ପି. ସୁଧାଂଶୁ ଶେଖର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟାକାଣ୍ଡ ଘଟଣାର ବିସ୍ତୃତ ତଥ୍ୟ ଦେଇଛନ୍ତି । ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ଜଣଙ୍କୁ ଗିରଫ କରାଯାଇଛି । ଗୋଟିଏ କ୍ରେତା, ଗୋଟିଏ ବୋଲେରୋ, ଗୋଟିଏ ଅଟୋ, ଦୁଇଟି ତେଲଙ୍ଗା କଟୁରୀ, ୪୨ ହଜାର ଟଙ୍କା ଜବତ ହୋଇଛି ।

 

 

Comments are closed.