ମଧ୍ୟମ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ନିର୍ଭୟର ପରୀକ୍ଷା

ବାଲେଶ୍ୱର : ଚାନ୍ଦିପୁର ସମନ୍ବିତ ପରୀକ୍ଷା କେନ୍ଦ୍ରର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ମଧ୍ୟମ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ପରୀକ୍ଷା କରାଯାଇଛି। ସକାଳ ୯ଟା ୫୩ ମିନିଟରେ ଏହି ପରୀକ୍ଷା କରାଯାଇଥିବା ବେଳେ ପରୀକ୍ଷା ସଫଳ ହୋଇଥିବା ପ୍ରତିରକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି। ୧୦୦୦ କିଲୋମିଟର ଉଡାଣ କରି ଲକ୍ଷ୍ୟ ଭେଦ କରିବାର କ୍ଷମତା ରଖିଥିବା ଏହି କ୍ଷେପଣାସ୍ତ୍ର ବୁଧବାର ପରୀକ୍ଷା ବେଳେ ୧୫ ମିନିଟରେ ୧୦୦ କିଲୋମିଟର ଉଡାଣ କରି ଲକ୍ଷ୍ୟ ଭେଦ କରିଥିଲା।
ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ କ୍ରୁଜ ମିଶାଇଲ ନିର୍ଭୟ ସର୍ବାଧିକ ୧୫୦୦ କିଲୋମିଟର ପର୍ୟ୍ୟନ୍ତ ଉଡାଣ କରି ଲକ୍ଷ୍ୟ ଭେଦ କରିପାରିବ। ଏହି ସବ ସୋନିକ କ୍ଷେପଣାସ୍ତ୍ରର ଗତି ୦.୭ରୁ ୦.୯ ମାକ। ପ୍ରାୟ ୧୫୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ନିର୍ଭୟର ଲମ୍ବ ୬ ମିଟର (୨୦ଫୁଟ), ମୋଟେଇ .୫୨ ମିଟର (୧.୭ ଫୁଟ)। ଏହା ୨୦୦ରୁ ୩୦୦ କିଲୋଗ୍ରାମର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି।

Comments are closed.