ବିଦ୍ୟୁତ ଆଘାତରେ ଚାଷୀଙ୍କ ମୃତ୍ୟୁ

ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ୱର : ବିଦ୍ୟୁତ ଆଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ନେଇ ଆଜି ଖବର ମିଳିଛି। ମୃତକ ହେଲେ କସବାଜୟପୁର ଗ୍ରାମର ଗଣେଶ ଜେନା (୪୧)। ବିଦ୍ୟୁତ ଆଘାତରୁ ଚାଷୀଙ୍କ ମୃତ୍ୟୁରେ କ୍ଷତିପୂରଣ ଦାବିରେ ୧୬ ନମ୍ବର ଜାତୀୟ ରାଜପଥ ରେଲିୟାନ୍ସ ତେଲ ଟାଙ୍କି ନିକଟରେ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିଛନ୍ତି।

ଘଟଣାସ୍ଥଳରେ ଖନ୍ତାପଡା ପୁଲିସକୁ ଲୋକେ ଅଟକ ରଖିଛନ୍ତି ବୋଲି ସୂଚନା ମିଳିଛି।

Comments
Loading...