ଧାରୁଆ ଅସ୍ତ୍ରରେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଜଣାପଡିଛି। ସିମୁଳିଆ ଥାନା ଅନ୍ତର୍ଗତ ସବଙ୍ଗ ପଂଚାୟତର ସଇଁଗାଁ ଗ୍ରାମର ଜଣେ ବ୍ୟକ୍ତି ସାମାନ୍ୟ ବଚସାକୁ କେନ୍ଦ୍ର କରି  ଆଉ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି।
ସୂଚନା ଯୋଗ୍ୟ, ଉଦ୍ଧବ ବେହେରାକୁ ସେଇ ଗ୍ରାମର ପ୍ରଦୀପ ମହାପାତ୍ର ସୋମବାର ସନ୍ଧ୍ୟାରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଉଦ୍ଧବକୁ ମାର୍କୋଣା ଡାକ୍ତରଖାନା ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଡାକ୍ତରଖାନାର ଓ କଟକକୁ ସ୍ଥାନାନ୍ତର କରାଯାଇଛି । ରାସ୍ତାକଡରେ ଠିଆହୋଇ କଥା ହେଉଥିବାକୁ କେନ୍ଦ୍ର କରି ଦିନରେ ପାଟି ତୁଣ୍ଡ ହୋଇଥିଲା । ଏହାକୁ କେନ୍ଦ୍ର କରି ସନ୍ଧ୍ୟା ବେଳେ ଏଭଳି ଅଭାବନିୟ ଘଟଣା ଘଟିଥିଲା ।

 

 

Comments are closed.