ବିପୁଳ ପରିମାଣରେ ଚୋରା ମଦ ଜବତ, ୨ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲା ଜଳେଶ୍ୱର ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥର ଭୋଗରାଇ ବ୍ଲକ ଅନ୍ତର୍ଗତ ବାଟଗ୍ରାମ୍ ନିକଟରେ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଛି ।ଜଳେଶ୍ଵର ପଟୁ ଚନ୍ଦନେଶ୍ଵର ଆଡକୁ ଏକ ଇଣ୍ଡିଗୋରେ ଚୋରା ମଦ ଚାଲାଣ ହେଉଥିଲା।ଖବର ପାଇ ଭୋଗରାଇ ପୁଲିସ ବାଟଗ୍ରାମ ପୋଲ ନିକଟରେ ଉକ୍ତ ଗାଡିକୁ ଅଟକାଇଥିଲା।ଗାଡ଼ି ଭିତରୁ ସମୁଦାୟ ୪୯ଲିଟର ୫ ଶହ ମିଲି ମଦ ଜବତ ହୋଇଥିବା ସୂଚନା ମିଳିଛି।ସେହିପରି ଗାଡ଼ି ଡ୍ରାଇଭର ସମେତ ଜଣେ ଚୋରା ମଦ ବ୍ୟବସାୟୀ ଓ ଜଣେ ସହଯୋଗୀଙ୍କୁ ପୁଲିସ ଅଟକ ରଖିଛି। ଏନେଇ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ସୁଜାତା ଖମାରୀଙ୍କ ଠାରୁ ପ୍ରକାଶ।

Comments are closed.