ଡକାୟତି ଉଦ୍ୟମ ବେଳେ ହଣାକଟା ; ୪ ଜଣ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ପିତାକାଳିଆ ନିକଟରେ ଡକାୟତି ଉଦ୍ୟମ ବେଳେ ହଣାକଟା ହେବା ସହ ୪ ଜଣ ଗୁରୁତର ହୋଇଥିବା ରବିବାର ଜଣାପଡିଛି। ହରିଡାପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ଡକାୟତି ଉଦ୍ୟମ କରିଥିଲେ। ପିତାକାଳିଆର କିଛି ଗ୍ରାମବାସୀ ପହଞ୍ଚିଯିବାରୁ ଡ଼କାୟତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଫଳରେ ଡକାୟତଙ୍କ ମାରଣାସ୍ତ୍ର ଆକ୍ରମଣରେ ୪ ଗ୍ରାମବାସୀ ଗୁରୁତର ହୋଇଛନ୍ତି ବୋଲି ଜଣାପଡିଛି। ଏହାସହ ଗ୍ରାମବାସୀଙ୍କ ମାଡ଼ରେ ଜଣେ ଡ଼କାୟତ ମଧ୍ୟ ଆହତ ହୋଇଛି। ଧରାପଡିଥିବା ଡ଼କାୟତ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.