୭୦ ଦଶକର ୩ ଥର ଭୋଗରାଇ ବିଧାୟକ କାର୍ତ୍ତିକେଶ୍ଵର ପାତ୍ରଙ୍କ ପରଲୋକ

ବାଲେଶ୍ବର: ସୋମବାର ବିଳମ୍ବିତ ରାତ୍ରିରେ ଭୋଗରାଇ ମାଟିର ଅନନ୍ୟ ବ୍ୟକ୍ତିତ୍ୱ, ରାଜନେତା, ସାହିତ୍ୟକାର ଡ‌‌. କାର୍ତ୍ତିକେଶ୍ଵର ପାତ୍ରଙ୍କ ପରଲୋକ ହୋଇଛି। ସେ ୭୦ ଦଶକରୁ ୩ ଥର ଭୋଗରାଇ ବିଧାୟକ, ଥରେ ବାଲେଶ୍ୱର ସଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟରେ ଭୋଗରାଇର ଅପୂରଣୀୟ କ୍ଷତି ଘଟିଛି। ବିଧାୟକ ପଦବୀ ପୂର୍ବରୁ ସେ ଭୋଗରାଇ ବ୍ଲକର ଅଧ୍ୟକ୍ଷ ଥିଲେ।

ସୂଚନା ଅନୁଯାୟୀ, ସେ ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ ଓ ସାମାନ୍ୟ ଜର ଥିଲା। ଛାତିରେ କଫ ଦେଖାଦେବାରୁ ସ୍ଥାନୀୟ ଡାକ୍ତରମାନେ ଭୁବନେଶ୍ୱର ଯାଇ ଚିକିତ୍ସା ହେବାକୁ ପରାମର୍ଶ ଦେଇଥିଲେ।  ସୋମବାର ବିଳମ୍ବିତ ରାତିରେ ସ୍ତ୍ରୀ ଉମାରାଣୀ ଓ ପୁଅ ତାଙ୍କୁ ଭୁବନେଶ୍ୱର ନେଇ ଯାଉଥିଲା ବେଲେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ତାଙ୍କର କିଛି ଦିନ ତଳେ କରୋନା ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ ଆସିଥିଲା ।

Comments are closed.