ବାଲେଶ୍ବରର ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାଲେଶ୍ବର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବୁଢାବଳଙ୍ଗ, ସୋନ ଓ ଜଳକା ନଦୀର ସ୍ଥିତି ଉଦବେଗଜନକ ରହିଛି।  ଉପରମୁଣ୍ଡରେ ସୋନ ଓ କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ ଖୋଲା ହୋଇଛି। ଡ୍ୟାମ ଖୋଲିବାରୁ ସଦର ଓ ରେମୁଣା ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖା ଦେଇଛି। ସମ୍ଭାବ୍ୟ ସ୍ଥିତି ପାଇଁ ରେମୁଣା ଓ ବସ୍ତାର ଏନଡିଆରଏଫ ଓ ଓଡ୍ରାମ ଟିମ ମୁତୟନ କରାଯାଇଛି। ଜିଲାର ୪ଟି ବ୍ଲକର ୩ ଶହ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜଳକା ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ବନ୍ୟା ଆଶଙ୍କା ଥିବା ଜଳେଶ୍ବର, ବସ୍ତା, ବାଲିଆପାଳ, ରେମୁଣା ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲାପାଳ ବାଲେଶ୍ବର ସଦର ଅଞ୍ଚଳରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

Comments are closed.