‘ନୋ ଓ୍ବାର୍କ ନୋ ପେ’ ବ୍ୟବସ୍ଥାକୁ ନେଇ ଉତ୍ତେଜନା

ବାଲେଶ୍ବର : ବାଲେଶ୍ବର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ସରସ୍ୱତୀପୁରସ୍ଥିତ ବିର୍ଲା ଟାୟାର କାରଖାନା ସମ୍ମୁଖରେ ଶୁକ୍ରବାର ଉତ୍ତେଜନା ଦେଖାଦେଇଛି । ଶ୍ରମିକ ୮ମାସ ହେବ ଦରମା ପାଇ ନ ଥିବାବେଳେ କାରଖାନା ପକ୍ଷରୁ ଶୁକ୍ରବାର  ‘ନୋ ଓ୍ବାର୍କ ନୋ ପେ’ ବ୍ୟବସ୍ଥା ଲାଗୁ ପାଇଁ ସମସ୍ତ ୟୁନିୟନର ବୈଠକ ଡାକିଥିଲେ। ଏ ନେଇ କାରଖାନା ପରିସରରେ ବୈଠକ ଚାଲିଥିବାବେଳେ ବାହାରେ ଶ୍ରମିକଙ୍କ ପରିବାର ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ନୋ ଓ୍ବାର୍କ ନୋ ପେ ବ୍ୟବସ୍ଥାରେ ସାଇନ ନ କରିବା ପାଇଁ ଦାବି କରିଥିଲେ। ଶିଳ୍ପାଞ୍ଚଳ ଥାନା ଅଧିକାରୀ ପରେଶ କୁମାର ରାଉତ ଏବଂ ତହସିଲଦାର ଚାର୍ଲସ ନାୟକ ନିଜ ନିଜ ଗାଡ଼ିରେ କାରଖାନା ଭିତରକୁ ପ୍ରବେଶ କରିବା ବେଳେ ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ପୁଲିସ ସୁରକ୍ଷା ମଧ୍ୟରେ ଉଭୟେ ଭିତରକୁ ପ୍ରବେଶ କରିଥିଲେ । ପରିସ୍ଥିତି ସମ୍ପୂର୍ଣ୍ଣ ଉତ୍ତେଜନା ପୂର୍ଣ୍ଣ ରହିଛି ।

Comments are closed.