ଦନ୍ତା ହାତୀ ହତ୍ୟା ଓ ଦାନ୍ତ ଚୋରି ଘଟଣା ; ବନ ବିଭାଗର ୨ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର : ନୀଳଗିରି କୁଲଡିହାରେ ଦନ୍ତା ହାତୀକୁ ମାରି ଦାନ୍ତ ଚୋରି କରିବା ଘଟଣାରେ ବନ ବିଭାଗର ୨ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଜଙ୍ଗଲରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଶିକାର ଉପରେ ରୋକ ଲଗାଇବାରେ ବିଫଳ ହୋଇଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନିଆଯାଇଛି । ଡିଏଫଓ ବିଶ୍ୱରାଜ ପଣ୍ଡା ଏହି ଘଟଣାର ତଦନ୍ତ କରିଥିଲେ । ଏହାପରେ କୁଲଡିହା ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ ଓ ଗାର୍ଡ ଲାଲମୋହନ ସିଂଙ୍କୁ ନିଲମ୍ବନ କରିବା ସହ ଏସିଏଫଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ପ୍ରକାଶ ଥାଉକି, ଗତ ୫ ତାରିଖ କୁଲଡିହା ରେଞ୍ଜ ତେଣ୍ଡା ଜଙ୍ଗଲ ଭିତରେ ଏକ ଦନ୍ତାହାତୀକୁ ମାରି ଶିକାରୀମାନେ ଦାନ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଡିଏଫଓ ତଦନ୍ତ କରି ଏମିତି କାର୍ୟ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି।

Comments are closed.