ପିଲା ଚୋର ସନ୍ଦେହରେ ୨ ଅଜଣା ଲୋକଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର : ପିଲା ଚୋର ସନ୍ଦେହରେ ୨ ଅଜଣା ଲୋକଙ୍କୁ ନିସ୍ତୁକ ମାଡ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ଏଭଳି ଘଟଣା ବାଲେଶ୍ୱର ଜିଲା ଅନ୍ତର୍ଗତ ଭୋଗରାଇ ବ୍ଲକ ରସୁଲପୁର ଗାଁରେ ଘଟିଛି। ଗୋଟିଏ କାରରେ ୪ ଜଣ ଆସି ପିଲା ଚୋରି କରୁଥିଲେ ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କ ଆକ୍ରମଣ ପରେ କାର ଛାଡି ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ମାଡ ମାରିବା ସହ ଅଟକ ରଖାଯାଇଛି। ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ୨ ଜଣଙ୍କୁ ଥାନା ନେଇଛି ବୋଲି ସୂଚନା ମିଳିଛି।

 

Comments are closed.