ପୋଖରୀରେ ବୁଡି ଶିଶୁ ପୁତ୍ର ମୃତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ପଞ୍ଚାୟତ କୁଣିଆରୀ ଗ୍ରାମରେ ପୋଖରୀରେ ବୁଡି ଏକ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କୁଣିଆରୀ ଗ୍ରାମର ଗଣପତି ରାଉଳଙ୍କ ୧ ବର୍ଷ ୨ମାସର ପୁଅ ତପନ ବୁଧୁବାର ସକାଳ ୮ଟା ସମୟରେ ନିଜ ଘର ଅଗଣାରେ ଖେଳୁଥିଲା । ମାତ୍ର କିଛି ସମୟ ପରେ ପିଲାଟିକୁ ପରିବାର ଲୋକେ ନପାଇବାରୁ ବହୁ ଖୋଜାଖୋଜି କରିଥିଲେ ଶେଷରେ ତପନକୁ ଘର ନିକଟରେ ଥିବା ରାଉଳସାହି ପୋଖରୀରୁ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ କାର୍ୟ୍ୟରତ ଡାକ୍ତର ମୃତ ଘୋଷଣା କରିଛନ୍ତି। ସକାଳେ ଖେଳୁଥିବା ଶିଶୁପୁତ୍ରର ମୃତ୍ୟୁକୁ ବିଶ୍ବାସ କରିପାରୁନାହାନ୍ତି ପରିବାର ଲୋକ। କାନ୍ଦବୋବାଳିରେ ଫାଟି ପଡୁଛି ସିମୁଳିଆ ଡାକ୍ତରଖାନା ପରିସର।

Comments are closed.