ସଡକ ଦୁର୍ଘଟଣା: ବାଇକକୁ ପିଟିଲା ବୋଲେରୋ,୨ ଗୁରୁତର

ବାଲେଶ୍ବର: ବାଲେଶ୍ବର ବାହାନଗା ଗୋପାଳପୁର ରାସ୍ତାର ପଣ୍ଡାସୁଣିରେ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି। ବାଇକରେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଏକ ଦ୍ରୁତଗାମି ବୋଲେରୋ ଧକ୍କାଦେଇ ଓଲଟି ପଡିଥିଲା। ଯାହା ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଦୁଇ ଗୁରୁତରଙ୍କୁ ତୁରନ୍ତ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।