ବାହା ବେଦୀରେ କନ୍ୟାର ହାଇଡ୍ରାମା; ବର ବେହୋସ

ବାଲେଶ୍ୱର: ବାହା ବେଦୀରେ କନ୍ୟାର ହାଇଡ୍ରାମା । ହାତ ଗଣ୍ଠି ପଡ଼ିବା ପରେ ବି ବେଦୀରୁ ଉଠିଗଲେ ଯୁବତୀ । ବେଦୀରୁ ଉଠିବା ପରେ ହାତରୁ ଶଙ୍ଖା କାଢ଼ି ଫିଙ୍ଗିଦେଲେ । ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ।  ବିବାହ ଚାଲିଥିବା ବେଳେ ବିବାହ ବେଦୀରେ ବାହାଘରକୁ ସ୍ୱୀକାର କଲେନି ଯୁବତୀ । କନ୍ୟାର ହରକତ ଦେଖି ବାହା ବେଦୀରେ ବର ବେହୋସ ମଧ୍ୟ ହୋଇଗଲେ । ଘର ଲୋକ ଆସି କନ୍ୟା ଜଣଙ୍କୁ ବୁଝାସୁଝା କରିଥିଲେ ବି ସେ ରାଜି ହୋଇନଥିଲେ । ଫଳରେ କେହି ଜଣେ ବ୍ୟକ୍ତି ଆସି କନିଆକୁ ଚାପୁଡା ମାରିବା ସହ ଜବରଦସ୍ତ ବେଦୀରେ ବସାଇ ଥିବାମଧ୍ୟ ଦେଖିବାକୁ ମିଳିଥିଲା । ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେ​‌ବେ ଘଟଣାରୁ ସ୍ପଷ୍ଟ ଜଣା ଯାଉଛି ଯେ ଝିଅଟିର ଅନିଚ୍ଛା ସତ୍ତେ ତାଙ୍କର ବିବାହ କରାଯାଉଥିଲା । ବିବାହର ଭିଡିଓ ଭାଇରାଲ ହେବା ପରେ ଏନେଇ ପୁଲିସ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Comments are closed.