ମତ୍ସ୍ୟଜୀବୀଙ୍କ ଦେହରେ ବାଜିଲା ଗୁଳି: ୧ ମୃତ, ଜଣେ ଗୁରୁତର

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ବଳରାମଗଡ଼ି ସମୁଦ୍ରକୂଳ ଥାନା ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଗୁଳି ମାଡ଼ରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗଭୀର ସମୁଦ୍ର ଆଇଟିଆର୍ ନିଷିଦ୍ଧାଞ୍ଚଳରେ ମାଛ ଧରୁଥିବା ବେଳେ ଗୁଳିର ଶିକାର ହୋଇଛନ୍ତି ମତ୍ସ୍ୟଜୀବୀ। ଆଇଟିଆର୍ ସମୁଦ୍ର ସୀମାଞ୍ଚଳର ନୋ ଏଣ୍ଟ୍ରି ଜୋନରେ ଅବାଧ ପ୍ରବେଶ ଯୋଗୁଁ ମତ୍ସ୍ୟଜୀବୀଙ୍କ ଦେହରେ ଗୁଳି ଲାଗିଥିବା ଆଶଙ୍କା କରାଯାଉଛି। ମୃତକ ହେଲେ କମଳ ଲୋଚନ ମାଝି। ଅପରପକ୍ଷେ, ଗୁରୁତର ପଦ୍ମଲୋଚନ ମଲ୍ଲିକଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଘଟଣା ଘଟିଛି ଆଜି ସକାଳ ସାଢେ଼ ୧୧ଟା ସମୟରେ। କମଳ ଲୋଚନଙ୍କ ଛାତି ଡାହାଣ ପାର୍ଶ୍ଵରେ ଗୁଳି ବାଜିଛି। ଗତକାଲିଠାରୁ ବୋଟ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲା। ଗଭୀର ସମୁଦ୍ରରେ ମାଛ ମାରୁଥିବା ବେଳେ ଏଭଳି ଘଟଣା ଘଟିଛି। ଯୋଡ଼ାକୁଟି ଓ ଗଦା ନଈ ମଝିରେ ଉଭୟଙ୍କ ଦେହରେ ଗୁଳି ବାଜିଥିଲା। ସ୍ଥାନୀୟ ଜୟମା ଲକ୍ଷ୍ମୀ ନାମକ ବୋଟରେ ସାତ ଜଣ ଧୀବର ମାଛ ମାରିବାକୁ ଯାଇଥିଲେ।

Comments are closed.