ଦାରିଦ୍ର୍ୟତାର କରୁଣ ଚିତ୍ର : ଅର୍ଥାଭାବରୁ ମା’ ଆଖିଆଗରେ ଗଲା ସନ୍ତାନର ଜୀବନ

ସୋର : ବାଲେଶ୍ବର ଜିଲା ଔପଦା ଥାନା ହାତିଖୁଲିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଅର୍ଥାଭାବରୁ ମାଆ ଆଖିଆଗରେ ଚାଲିଗଲା ସନ୍ତାନର ଜୀବନ। ୩ ବର୍ଷର ଶିଶୁକୁ ଔଷଧ ଓ ଉନ୍ନତ ମାନର ଚିକିତ୍ସା ଦେଇ ନ ପାରିବାରୁ ଶେଷରେ ଡାକ୍ତରଖାନାରେ ଶିଶୁଟି ଆଖିବୁଜିଛି।
ସୂଚନା ଅନୁଯାୟୀ, ଔପଦା ବ୍ଲକ ହାତଖୁଲିଆ ଗ୍ରାମର କୁନି ସିଂର ୩ବର୍ଷର ଝିଅ ଲକ୍ଷ୍ମୀ ସିଂକୁ ୩ ଦିନ ହେବ ଜ୍ବର ହୋଇଥିଲା। ମାଆ କୁନି ସିଂ ଶିଶୁଟିକୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାକୁ ନେଇଆସିଥିଲେ। ଲକ୍ଷ୍ମୀ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ବର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କୁନି ସ୍ବାମୀଙ୍କ ଦେହାନ୍ତ ପରେ ସେ ମଜୁରି ଲାଗି ନିଜର ଭାରଣ ପୋଷଣ କରନ୍ତି। ଅର୍ଥର ଅଭାବରୁ ମାଆ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନେଇ ପାରି ନ ଥିଲେ। ଫଳରେ ଶିଶୁଟି ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରାଣ ହରାଇଥିବା ଜଣାପଡ଼ିଛି।