ପୋଖରୀରେ ବୁଡ଼ି ଦୁଇ ନାବାଳିକା ମୃତ

ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ଥାନା ବରଚରା ଗ୍ରାମ ପୋଖରୀରେ ବୁଡ଼ିଯାଇ ୨ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁଇ ଜଣ ନାବାଳିକା ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ। ଗାଁ ଲୋକ ସେମାନଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି।

Comments are closed.