ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା !

ବାଲେଶ୍ୱର: ମାଛ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ସହବେଖୁଣ୍ଟା ଥାନା ଗଳାପୋଲ ନିକଟରେ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ, ମୃତକ ଜଣକ ହେଉଛନ୍ତି ଗଳାପୋଲ ଅଞ୍ଚଳର ରବି ସିଂ । କେହି ଦୁର୍ବୃତ୍ତ ବ୍ୟବସାୟୀ ରବିଙ୍କୁ ଛୁରି ଭୁସି ହତ୍ୟା କରିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି । ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ସହ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାପଛରେ ପୂର୍ବ ଶତ୍ରୁତା ଥିବା ଅନୁମାନ କରୁଛି ପୋଲିସ । ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Comments are closed.