ବଲାଙ୍ଗୀର ଘରୋଇ ବସ୍ ମାଲିକ ସଂଘର ବ୍ୟାପକ ପ୍ରସ୍ତୁତି, ଜୁନ ୧ ରୁ ରାସ୍ତାରେ ଗଡିବ ଘରୋଇ ବସ୍‍

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଜୁନ ୧ ତାରିଖରୁ ଘରୋଇ ବସ୍‍ ଚଳାଚଳ ଆରମ୍ଭ ହେବ। ଏ ନେଇ ଜିଲା ଘରୋଇ ବସ୍‍ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ସମସ୍ତ ବସ୍‍କୁ ସଂଘ ପକ୍ଷରୁ ସାନିଟାଇଜ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ବସ୍‍ ଯାତ୍ରୀମାନେ ମାସ୍କ ବ୍ୟବହାର କରି ବସରେ ଚଢିବା ସହ ବସରେ ଯାତ୍ରା କରିବା ସମୟରେ ବସରେ ନିୟୋଜିତ କର୍ମଚାରୀଙ୍କୁ ସହାୟତା କରିବାକୁ ସଂଘ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛିି। ଏ ନେଇ ସଂଘ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି ବୋଲି ସଭାପତି ହେମନ୍ତ ପଣ୍ଡା ଜଣାଇଛନ୍ତି।

ଜିଲାବ୍ୟାପୀ ବସ୍‍ ଚଳାଚଳ ହେଲେ ଜିଲାରେ ଜୀବନ ଯାତ୍ରା ସ୍ୱାଭାବିକ ହେବା ସଙ୍ଗେ ସଙ୍ଗେ ଗରିବ, ଖଟିଖିଆ, ଚାଷୀମୂଲିଆ ଏବଂ କର୍ମଚାରୀ ଉପକୃତ ହେବେ ବୋଲି ସଭାପତି ପଣ୍ଡା କହିଛନ୍ତି। ସରକାରୀ ବ୍ୟବସ୍ଥା ମଧ୍ୟରେ ରହିଥିବା ନିର୍ଦ୍ଦିଷ୍ଟ କେତେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଯାତ୍ରୀଭଡା ରିହାତିକୁ ବାଦ୍‍ ଦେଲେ ଅନ୍ୟ କୌଣସି ପ୍ରକାର ରିହାତି ଦାବି ନକରିବାକୁ ଯାତ୍ରୀ ମାନଙ୍କୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଯାତ୍ରୀ ଭଡାରେ ସମସ୍ତ ପ୍ରକାର ରିହାତିକୁ ସଂଘ ପକ୍ଷରୁ ବାରଣ କରାଯାଇଛି। ସରକାରୀ କାର୍ଯ୍ୟରେ ନିୟୋଜିତ ଥିବା କେତେକ ବସ୍‍କୁ ପର୍ଯ୍ୟାୟ କ୍ରମେ ଯାତ୍ରୀସେବାରେ ନିୟୋଜିତ କରାଯିବ ବୋଲି ସଂଘ କହିଛି। ଯାତ୍ରୀ ମାନଙ୍କର ସୁବିଧା ପାଇଁ ଜିଲାର ସମସ୍ତ ବସ୍‍ଷ୍ଟାଣ୍ଡ ମାନଙ୍କରେ ରହିଥିବା ହୋଟେଲ ଓ ଅନ୍ୟାନ୍ୟ ଦୋକାନ ଗୁଡିକୁ ଖୋଲିବା ପାଇଁ ସଂଘ ଦାବି କରିଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଲକ ଡାଉନ ପୂର୍ବରୁ ମଧ୍ୟ ଜିଲା ଘରୋଇ ବସ୍‍ ମାଲିକ ସଂଘ ପକ୍ଷରୁ ହାତ ଧୋଇ ବସ୍‍ ରେ ବସିବା ପାଇଁ ବିଭିନ୍ନ ସଚେତନତା କାର୍ୟ୍ୟକ୍ରମ କରାଯାଇଥିଲା। ଏହି ବୈଠକରେ ସଂଘର ସଂପାଦକ ପ୍ରଶାନ୍ତ ଶତପଥି, ଉପସଭାପତି ସୌମେନ୍ଦ୍ର ପରିଚ୍ଛା, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ, ସହ ସମ୍ପାଦକ ଲିକୁନ ଅଚାର୍ୟ୍ୟଙ୍କ ସହ ସଂଘର ବରିଷ୍ଠ ସଦସ୍ୟ ଆଶୁତୋଷ ମିଶ୍ର, ସୁମନ୍ତ ଭୋଇ, ଅକ୍ଷୟ କଣ୍ଟା, ସୁନୀଲ ମିଶ୍ର, ମାନସ ରଞନ ନାୟକ, ପ୍ରଦ୍ୟୁତ ମିଶ୍ର, ସଞିବ ପଣ୍ଡା, କୁଞ ବିହାରି ଭୋଇ, ହିମାଂଶୁ ନାୟକ, ଜୟନ୍ତ ସିଂଦେଓ, ଭବାନୀ ପଟେଲ, ରିଙ୍କୁ ଭୋଇ, ସୁମନ୍ତ ପଟେଲ, ମନୋଜ ଗୁରୁ, ଡମ୍ବରୁ ଆଚାର୍ୟ୍ୟ, ପ୍ରଶାନ୍ତ ପଣ୍ଡା, ହେମରାଜ ସିଂଦେଓ, ଟିକୁ ନନ୍ଦ, ମୁନା ଶତପଥି, ସତ୍ୟ ପତି, ପ୍ରାଣନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.