ବଲାଙ୍ଗିରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ଶହ ଟପିଲା

ଆଜି ପୁଣି ୩ କୋଭିଡ ଯୋଦ୍ଧା ଓ ୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର : ଗୁରୁବାର ବଲାଙ୍ଗିର ଜିଲାରେ ପୁଣି ନୂଆ ୯୯ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ବଲାଙ୍ଗିର ପୈାରାଞ୍ଚଳ ଓ ଟିଟିଲାଗଡ ଏନଏସିରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବା ଦେଖିବାକୁ ମିଲିଛି। ଜିଲାରେ ବୁଧବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ପାରି ହୋଇଥିବା ବେଳେ ଗୋଟିଏ ଦିନ ଭିତରେ ଏହି ସଂଖ୍ୟା ୧୬ ଶହ ପାରି ହୋଇଛି।
ଜିଲା ପ୍ରଶାସନ ସୂଚନା ଅନୁସାରେ ଗୁରୁବାର ବଲାଙ୍ଗିର ଜିଲାରେ ୯୯ ଜଣ ରୋଗୀ କରୋନା ଆକ୍ରାନ୍ତ ଥିବା ଜଣାପଡିଛି। ସେଥିରୁ କେବଳ ବଲାଙ୍ଗିର ପୈାରାଞ୍ଚଳରୁ ୪୪ ଜଣ ରୋଗୀ ରହିଛନ୍ତି। ବଲାଙ୍ଗିର ପେଲେସଲାଇନରୁ ୬, ଉଦୟନଗରରରୁ ୫, ଗାନ୍ଧିନଗରପଡାରୁ ୪, ଟିକ୍ରାପଡାରୁ ୪ ଜଣ ରୋଗୀ କରୋନା ପଜିଟିଭ ଥିବା ଜଣାପଡିଥିବା ବେଳେ ସରୋଜିନୀ ହୋଟେଲ ନିକଟ ଅଞ୍ଚଳ, ସିଭିଲ କାର୍ଟ ପଛପଟ ଅଞ୍ଚଳରୁ ୩ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ରୁଗୁଡିପଡା, ଶାନ୍ତିପଡା, ଆନନ୍ଦନଗର,ବରପାଲିପଡା, ରାଧାରାଣୀପଡାରୁ ୨ ଜଣ ଲେଖାଏ ରୋଗୀ ଚିହ୍ନଟ ହୋଇଥିବା ବେଳେ ହାଟପଦାପଡା, ଆଲୋକନଗର, ମହାଲକ୍ଷ୍ମୀନଗର, ମାଳଗୋଦାମପଡା, ସୁଦପଡା, ମନୋହରପୁର, ଇନ୍ଦିରାନଗର, ତାଲପାଲିପଡାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ପୈାରାଞ୍ଚଳ ଭଳି ଟିଟିଲାଗଡ ଏନଏସି ଅଞ୍ଚଳରେ ମଧ୍ୟ ସଂକ୍ରମଣ ବଢି ବଢି ଚାଲିଛି। ଗୁରୁବାର ଏନଏସି ଅଞ୍ଚଳରୁ ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବ୍ଲକର ଅଏଁଲାଭଟାରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଦେଓଗାଁ ବ୍ଲକ ଦେଓଗାଁରୁ ୫ଜଣ ଓ ରୁଗୁଡିପାଲିରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଆଗଲପୁର ବ୍ଲକ ଭରସୁଜାରୁ ୫, ଆଗଲପୁରରୁ ୨ ଜଣ, ଗୁଡିମୁଣ୍ଡା ଓ କେସେଇପାଲିରୁ ଜଣେ ଲେଖାଏଁ ରୋଗୀ କରୋନା ସଂକ୍ରମିତ ଥିବା ଜଣାପଡିଛି। ଲୋଇସିଂହା ବ୍ଲକ ସଦର ଗାଁ ଲୋଇସିଂହାରୁ ୫ ଜଣ ଓ ବୁର୍ଡାରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ବ୍ଲକର ଜଣେ ପୁରୁଷ କୋଭିଡ ଯୋଦ୍ଧା କରୋନା ଆକ୍ରାନ୍ତ ଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ସେହିପରି ଗୁଡଭେଲା ବ୍ଲକ ତୁଷୁରାରୁ ୩ ଜଣ, ବଙ୍ଗୋମୁଣ୍ଡା ବ୍ଲକ ସିନେ୍ଧକେଲାରୁ ୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସଇଁନ୍ତଲା ବ୍ଲକ ରେମେଣ୍ଡା ଓ ଫପସିରୁ ୨ ଜଣ ଲେଖାଏଁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସଇଁନ୍ତଲା, ନୁଆପଡା, ଝିଙ୍କିଡୁଙ୍ଗୁରୀ, ଝିମାନପାଲିରୁ ଜଣେ ଲେଖାଏଁ ରୋଗୀ ସଂକ୍ରମିତ ଥିବା ଜଣାପଡିଛି। ପାଟଣାଗଡ ବ୍ଲକ ଟେଣ୍ଡାପଦର ଓ ଏନଏସି, ତୁରେକେଲା ବ୍ଲକ ତୁରେକେଲା ଓ ଚାଉଲଶୁଖା, ପୁଇଁନ୍ତଲା ବ୍ଲକ ସାଉନ୍ତପୁର ଓ ପଇଁନ୍ତଲା, ବଲାଙ୍ଗିର ସଦର ବ୍ଲକ କଖାଳ, ସୋନପୁର ଜିଲା ତରଭାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ଗୁରୁବାର ୩ଜଣ କୋଭିଡ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ଟେଷ୍ଟ ପରେ ଜଣାପଡିଥିବା ଜିଲା ପ୍ରଶାସନ ସୂଚନା ଦେଇଛି।

Comments are closed.