କୋଇଲା ବୋଝେଇ ଟ୍ରେନରେ ନିଆଁ

ମୁରିବାହାଲ : ବଲାଙ୍ଗୀର ଜିଲା ମୁରିବାହାଲ ଷ୍ଟେସନରେ ଏକ ବଡ଼ ଧରଣର ଅଗ୍ନକାଣ୍ଡରୁ ବର୍ତ୍ତିଯାଇଛି। ଏକ କୋଇଲା ବୋଝେଇ ମାଲଗାଡ଼ି ବଗି ସଂଖ୍ୟା ୨୪୧୨୧୮୧୦୫୪୬ରେ ଧୁଆଁ ବାହାରୁଥିବା ଦେଖି ମୁରିବାହାଲ ଷ୍ଟେସନ ମାଷ୍ଟର କୋଇଲା ବୋଝେଇ ମାଲଗାଡ଼ିକୁ ଅଟକାଇଥିଲେ ଓ ଅଗ୍ନଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଥିଲେ। ଦୀର୍ଘ ୨ଘଣ୍ଟା ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା।

Comments are closed.