ରଜତ ପ୍ରଧାନ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଉଠାଇ ନେଲା ପୁଲିସ

ବଲାଙ୍ଗୀର: ବଲାଙ୍ଗୀରର ବହୁ ବହୁଚର୍ଚ୍ଚିତ ରଜତ ପ୍ରଧାନ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଲମା ସହ ୬ ଜଣଙ୍କୁ ସଦର ଥାନା ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ହତ୍ୟାକାଣ୍ଡ ଯେଉଁଠାରେ ଘଟିଥିଲା, ସେଇ ସ୍ଥାନରେ ଅର୍ଥାତ ସିଲେଟପଡାରେ ବଲାଙ୍ଗୀର ପୁଲିସ ରହିଛି। ସେଠାରେ ଅଭିଯୁକ୍ତ ଡେମୋ ଦେଖାଇବ। ଏକ ପରିତ୍ୟକ୍ତ କୂଅରେ ହତ୍ୟାକାରୀ ରଜତଙ୍କ ମୋବାଇଲ ଫୋନ୍‌ ଓ ମାରଣାସ୍ତ୍ର ଫିଙ୍ଗିଛନ୍ତି । କୂଅକୁ ଶୁଖା ଯାଇ ମାରଣାସ୍ତ୍ର ଓ ମୋବାଇଲ ଉଦ୍ଧାର କରାଯିବ। ରଜତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

Comments are closed.