MEllora 950×100

ଚାର୍ଜସିଟରୁ ନାମ କାଟି ଦେବାକୁ ନେଉଥିଲେ ୨୫ହଜାର ଟଙ୍କା ଲାଞ୍ଚ, ଆଇଆଇସିଙ୍କୁ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ସିନ୍ଧେକେଲା ଥାନା ଆଇଆଇସି। ୨୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଇଆଇସିଙ୍କୁ ଧରିଲା ଭିଜିଲାନ୍ସ। ଚାର୍ଜସିଟରୁ ନାମ କାଟିବା ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି ଆଲୋକ ବେହେରା। ଧରାପଡ଼ିବା ପରେ ଆଲୋକ ବେହେରାଙ୍କ ଦୁଇଟି ଘରେ ଚଢ଼ାଉ। ସିନ୍ଧେକେଲା ସରକାରୀ ଘର ଓ କଟକ ଓଲଟପୁରସ୍ଥିତ ପୈତୃକ ଘରେ ଚଢ଼ାଉ।
ଆଜି ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା ସିନ୍ଧେକେଲା ଥାନାର ନିଜ ଚାମ୍ବରରେ ୨୫ହଜାର ଲାଞ୍ଚ ଟଙ୍କା ନେଇଥିଲେ। ଚାର୍ଜସିଟରୁ ନାଁ କାଟିବାକୁ ୨୫ ହଜାର ଟଙ୍କା ଲାଂଚ ନେବା ବେଳେ ଥାନା ଅଧିକାରୀଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ।

୨୦୨୦ ମସିହା ଚାନ୍ଦୋତରା ଏସବିଆଇ ବ୍ୟାଙ୍କର ଟଙ୍କା ହେରଫେର ମାମଲାର ତଦନ୍ତ କରୁଥିଲେ ଆଇଆଇସି ଆଲୋକ ବେହେରା। ଏହି ମାମଲାର ଚାର୍ଜସିଟ୍‌ରେ ତତକାଳୀନ ବ୍ୟାଙ୍କ ମ୍ୟାନେଜର ଅଜିତ ଘଢେଇ ଓ ତାଙ୍କ ପତ୍ନୀଙ୍କ ନାମରେ ରହିଥିଲା। ତେବେ ଦୁର୍ଭାଗ୍ୟ ବଶତଃ ଟଙ୍କା ପତ୍ନୀଙ୍କ ଆକାଉଣ୍ଟକୁ ଚାଲି ଆସିଥିବା ଅଜିତ୍ ପୁଲିସକୁ କହିଥିଲେ। ହେଲେ ପତ୍ନୀଙ୍କ ନାମ ଚାର୍ଜସିଟ୍‌ରୁ କାଟିବାକୁ ଆଇଆଇସି ଆଲୋକ କୁମାର ବେହେରା ୫୦ ହଜାର ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ଅଜିତ୍ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଡିଲ୍ ୨୫ ହଜାର ଟଙ୍କାରେ ଛିଡ଼ିଥିଲା। ଆଜି ୨୫ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ତାଙ୍କୁ ଭିଜଲାନ୍ସ ଧରିଥିଲା। ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଏବଂ ବଲାଙ୍ଗିର ଡିଏସପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ବରଗଡ଼, ସମ୍ବଲପୁର, ବଲାଙ୍ଗିର ଭିଜିଲାନ୍ସ ଟିମ ପହଞ୍ଚି ଲାଞ୍ଚୁଆ ଥାନା ଅଧିକାରୀଙ୍କୁ ଗିରଫ କରିଥିଲେ।

Comments are closed.