୧୦୫ ଲିଟର ରନ୍ଧା ମଦ ଜବତ, ୩ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଗତ କିଛି ଦିନ ହେବ ଅବକାରୀ ବିଭାଗ ସକ୍ରିୟ ହୋଇ ଉଠିଛି। ପାଟଣାଗଡରେ ତନାଘନା ଚଢଉ ଚାଲିଥିବା ବେଳେ ବଲାଙ୍ଗିର ମୋବାଇଲ୍ ସ୍କ୍ୱାର୍ଡ ଓ ସଦର ଅବକାରୀ ବିଭାଗ ପକ୍ଷରୁ ଡୁଡୁକାଶିରା ଚରେଇମରା ଗାଁରେ ଚଢଉ କରାଯାଇଛି। ଚଢଉ ବେଳେ ଗାଁର ନିରାକାର କୁମ୍ଭାରଙ୍କଠାରୁ ୧୫ ଲିଟର, ଶତ୍ରୁଘନ ଛତ୍ରିଆଙ୍କଠାରୁ ୩୫ ଲିଟର ଓ ଯକ୍ତ ଛତ୍ରିଆଙ୍କଠାରୁ ୫୫ ଲିଟର୍ ଦେଶୀ ରନ୍ଧା ମଦ ଜବତ କରାଯାଇଛି। ସେମାନେ ମଦ ରାନ୍ଧି ଘରେ ଆଣି ରଖିବା ସହ ବିକ୍ରି କରୁଥିଲେ। ୩ଜଣଙ୍କଠାରୁ ୧୦୫ ଲିଟର୍ ଦେଶୀ ମଦ ସହ ମଦ ଚାଲାଣ କରାଯାଉଥିବା ଟ୍ୟୁବ, ଡେକଚି ଆଦି ମଧ୍ୟ ଜବତ ହୋଇଛି। ଏହି ଚଢଉରେ ମୋବାଇଲ ସ୍କ୍ୱାର୍ଡର ଅଧିକାରୀ ସରୋଜ ପରିଡା, ଏସ୍ଆଇ ମଞ୍ଜୁ ଏକ୍କା, ଗୀତାଞ୍ଜଳି କୁମ୍ଭାର, ସଦର ଅବକାରୀ ବିଭାଗର ଏଏସ୍ଆଇ ରାମ ପଟ୍ଟନାୟକ, ଜତିନ କୁମାର ଦୀପ, ସମୀର ଭୋଇ, ସୁଜାତା ଭୋଇ, ତିଳୋତ୍ତମା ନାଗ, ଜତିନ୍ଦ୍ର ସାହୁ, ରମାଂଶୁ ଷଡଙ୍ଗୀ ପ୍ରମୁଖ ସାମିଲ ଥିଲେ। ୩ଜଣ ଗିରଫଙ୍କ ବିରୋଧରେ ୩ଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

 

Comments are closed.