ଜିଲା ମୁଖ୍ୟ ନ୍ୟାୟାଳୟରେ ପଶିଲା କରୋନା, ୨ ବିଚାରପତିଙ୍କ ସହ ୧୮ଜଣ ସଂକ୍ରମିତ, ୧୩ଯାଏ ବନ୍ଦ

ବଲାଙ୍ଗିର: ବଲାଙ୍ଗିର ଜିଲା ମୁଖ୍ୟ ନ୍ୟାୟାଳୟରେ ମଙ୍ଗଳବାର ୧୮ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ୨ଜଣ ବିଚାରପତି ଓ ୧୬ଜଣ କର୍ମଚାରୀ ରହିଛନ୍ତି। ସଂକ୍ରମଣ ସଂପର୍କରେ ସୂଚନା ପାଇବା ପରେ ଜିଲା ମୁଖ୍ୟ ନ୍ୟାୟଧୀଶ ମଙ୍ଗଳବାରଠାରୁ ଆସନ୍ତା ୧୩ ତାରିଖ ଯାଏ ନ୍ୟାୟାଳୟ ବନ୍ଦ ଘୋଷଣା କରିଛନ୍ତି। ସଂକ୍ରମିତଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ନ୍ୟାୟାଳୟ ପରିସର ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

 

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଗନ୍ଧମାର୍ଦ୍ଦନ ଛାତ୍ରାବାସର ଜଣେ ଅନ୍ତେବାସୀ ସଂକ୍ରମିତ ହେବା ଯୋଗୁଁ ପାଠ ପଢା ବନ୍ଦ କରାଯିବା ସହ ଅନ୍ତେବାସୀଙ୍କୁ ପରିବାର ଜରିଆରେ ଗୃହ ସଙ୍ଗରୋଧରେ ରଖିବା ପାଇଁ କୁହାଯାଇଥିଲା। ବିଶ୍ୱବିଦ୍ୟାଳୟ ତଥା ଛାତ୍ରାବାସ ବିଶୋଧନ କାର୍ଯ୍ୟ କରାଯାଇଥିଲା।

Comments are closed.