ବଲାଙ୍ଗୀରରେ ଡବଲ ମର୍ଡର : ଦାଦା-ଖୁଡ଼ିକୁ ହାଣି କୂଅରେ ଫିଙ୍ଗିଦେଲା ପୁତୁରା

ବଲାଙ୍ଗୀର : ଜମିବାଡି ବିବାଦକୁ ନେଇ ଡବଲ ମର୍ଡର । ସମ୍ପତ୍ତି ଲୋଭରେ ଦାଦା-ଖୁଡିକୁ ଅତି ନିର୍ମମ ଭାବେ ହତ୍ୟା କରି କୂଅରେ ଫିଙ୍ଗିଦେଲା ପୁତୁରା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁରେ । ଉକ୍ତ ଗାଁରେ ରହୁଥିବା ତ୍ରିଲୋଚନ ନାଗ ଏବଂ ତାଙ୍କ ପୁତୁରା କୁଶ ନାଗଙ୍କ ମଧ୍ୟରେ ଜମିଜମା ବିବାଦ ଦିର୍ଘବର୍ଷ ହେବ ରହିଥିଲା । ଗତକାଲି ଏହି ଜମିଜମା ବିିବାଦକୁ ନେଇ ଝଗଡା ଆରମ୍ଭ ହୋଇଥିଲା । ଧିରେ ଧିରେ ଏହି ବିିବାଦ ଉଗ୍ରରୂପ ଧାରଣ କରିଥିଲା । ଏହାପରେ ପୁତୁରା କୁଶ ଦାଦା ତ୍ରିଲୋଚନକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଦାଦା ତ୍ରିଲୋଚନକୁ ପୁତୁରା କୁଶ ଆକ୍ରମଣ କରିବା ଦେଖି ଖୁଡି ଅଟକାଇବା ପାଇଁ ଯାଇଥିଲେ । କିନ୍ତୁ ପୁତୁରା କୁଶ ଉଭୟ ଦାଦା-ଖୁଡିଙ୍କୁ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିବା ପରେ ଏକ କୂଅ ଭିତରେ ଫିଙ୍ଗିଦେଇଥିଲା ।

ତେବେ ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୁଶ ନାଗକୁ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ କୁଶ ହତ୍ୟା ଉଦ୍ୟମ କରିଥିଲା । ଏବଂ ଏନେଇ ଥାନାରେ ମାମଲା ହେବାପରେ କୁଶ ଜାମିନ୍‌ରେ ଆସିଥିଲା ।

 

Comments are closed.