ବଲାଙ୍ଗିର ଜିଲା ଓକିଲ ସଂଘ ନିର୍ବାଚନ, ପ୍ରବୀଣ ସଭାପତି, ବାସୁଦେବ ସଂପାଦକ

ବଲାଙ୍ଗିର : ବଲାଙ୍ଗିର ଜିଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସିଭିଲ୍ କୋର୍ଟ ସ୍ଥିତ ବାର୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୋଟ୍ ୨୮୯ଜଣ ସଭ୍ୟ ଭୋଟ ଭାଗ ନେଇଥିବା ବେଳେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଏଡ୍ଭୋକଟେ ପ୍ରବୀଣ କୁମାର ମିଶ୍ର। ତେବେ ସଂପାଦକ ପଦ ପାଇଁ ପ୍ରାର୍ଥୀ ହୋଇଥିଲେ ବାସୁଦେବ ରଥ ଓ ଜୟପାଲ ସାହୁ। ବାସୁଦେବ ୧୮୭ ଭୋଟ ପାଇଥିଲେ। ସଂପାଦକ ପଦ ଆଶାୟୀ ଅନ୍ୟତମ ପ୍ରାର୍ଥୀ ଜୟପାଲଙ୍କୁ ଶ୍ରୀ ରଥ ୮୮ଭୋଟରେ ପରାସ୍ତ କରିଥିଲେ। ସେହିପରି ଉପ ସଭାପତି ଭାବେ ସୁବାସ ଚନ୍ଦ୍ର ବେହେରା, ଯୁଗ୍ମ ସଂପାଦକ ଭାବେ ରଶ୍ମିରଞ୍ଜନ ପଣ୍ଡା, କୋଷାଧ୍ୟକ୍ଷ ଭାବେ ବୈଷ୍ଣବ ଚରଣ ସାହୁ, ଅଡିଟର ଭାବେ ଶଙ୍କର ପ୍ରସାଦ ମିଶ୍ର ମନୋନୀତ ହୋଇଥିଲେ। ସହିପରି କାର୍ଯ୍ୟକାରୀ କମିଟିରେ ନିତ୍ୟାନନ୍ଦ ବରେଇ, ପ୍ରଦୀପ କୁମାର ବିଶ୍ୱାଳ, ରବି ବନାରାୟଣ ବହିଦାର, ରାଧାକାନ୍ତ ମହାକୁଡ, ଉମାକାନ୍ତ ସାହୁ, ପ୍ରମୋଦ କୁମାର ଭୋଇ, ଅସିତ କୁମାର ଷଡଙ୍ଗୀ, ଓଁକାର ନାୟକ, ରାଜେନ୍ଦ୍ର ମିଶ୍ର, ମୁକୁନ୍ଦ ଦେବ ପଟେଲ, ଦୀନେଶ ନାଗ,  ଓ ଆର୍ତ୍ତତ୍ରାଣ ପୁରୋହିତ ପ୍ରମୁଖ ମନୋନୀତ ହୋଇଛନ୍ତି। ଆଜିର ନିର୍ବାଚନରେ ନିର୍ବାଚନ ଅଫିସର ଭାବେ ଏଡ୍ଭୋକେଟ ଶଶୀଭୂଷଣ ପୁରୋହିତ ନିର୍ବାଚନ ପରିଚାଳନା କରି ଥିବା ବେଳେ ସୁରେନ୍ଦ୍ର ମିଶ୍ର, ଦେବାଶିଷ ବିଶ୍ୱାଳ, ସୁଧାଂଶୁ ଦେଓ ଓ ଜିତେନ୍ଦ୍ର ପୁରୋହିତ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ନୂତନ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଆସନ୍ତା ୩ ମାସ ପର୍ଯ୍ୟନ୍ତ ରହିବ। ରାଜ୍ୟ ଓକିଲ ସଂଘର ନିଷ୍ପତ୍ତି କ୍ରମେ ପ୍ରତିବର୍ଷ ମାର୍ଚ୍ଚ ମାସରେ ସାରା ରାଜ୍ୟରେ ଓକିଲ ସଂଘର ନିର୍ବାଚନ ଗୋଟିଏ ଦିନ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି।

Comments are closed.