ମେସିନ ଦ୍ୱାରା ଧାନକଟାବେଳେ ଟ୍ରାକ୍ଟର ନିଆଁ ଲାଗି ଜଳିଗଲା

ତୁଷୁରା :  ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ଗମ୍ଭାରୀଗୁଡ଼ା ପଞ୍ଚାୟତର ବେଲଗାଁ ଠାରେ ରବିବାର ଧାନକଟା ମେସିନରେ ଧାନ କଟାଯାଉଥିବା ସମୟରେ ନିଆଁ ଲାଗି ଟ୍ରାକ୍ଟର ଜଲି ଯାଇଛି ।

ସୂଚନା ଅନୁଯାୟୀ, ବେଲଗାଁ ଗ୍ରାମର ଅକୁର ସାହୁଙ୍କ ଖଳାରେ ଆଜି ଅପରାହ୍ନ ସମୟରେ ଏକ ଥ୍ରେସର ମେସିନରେ ଧନ କଟାଯାଉଥିଲା।  ଏହି ସମୟରେ ଉକ୍ତ ଟ୍ରାକ୍ଟରର ବ୍ୟାଟେରୀ ସଟସର୍କିଟ ହୋଇଯାଇ ଟ୍ରାକ୍ଟରରେ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରାକ୍ଟରର ସମ୍ମୁଖ ଭାଗର ଦୁଇ ଚକା ସଂପୂର୍ଣ୍ଣ ଜଳି ଯାଇଥିବାବେଳେ ପାଖରେ ଥିବା ପୁଆଲମ୍ମ ଜଳି ଯାଇଥିଲା। ଧାନ ଖଳାରେ ନିଆଁ ଲାଗିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।

Comments are closed.