ବେଲମତୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

୬ ରୁ ୭ ବର୍ଷ ହେଲା କର୍କଟ ରୋଗରେ ପୀଡ଼ିତ

ସିନ୍ଧେକେଲା : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଜାମଖୁଣ୍ଟା ପଞ୍ଚାୟତର ତୁରେକେଲା ଗ୍ରାମର ବେଲମତୀ ମୁଗ୍ରୀ(୫୫)ଙ୍କ ଦୀର୍ଘ ୬ ରୁ ୭ ବର୍ଷ ହେଲା କର୍କଟ ରୋଗରେ ପୀଡ଼ିତ ଅଛନ୍ତି । ରୋଗ ଉପସମ ପାଇଁ ବିଭିନ୍ନ କିସମର ଔଷଧ ପତ୍ର ଖାଇ ଥିଲେ ମଧ୍ୟ ରୋଗ ଆରେଗ୍ୟ ହୋବର ନାଁ ଧରୁ ନାହିଁ। ବେଲମତୀଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ଭାବରେ ଗାଁ ମହାଜନ ମାନଙ୍କର କାମଧନ୍ଦା କଲେ ପରିବାର ଚଳେ। ସେ ଜଣେ ନାମକୁ ମାତ୍ର ଚାଷୀ ଜମିବାଡ଼ି କହିଲେ ମାତ୍ର ୫୦ ଡ଼ିସିମିଲରେ ବର୍ଷସାରା ୪ ପରିବାର ପ୍ରତିପୋଷଣ କରନ୍ତି। ସ୍ତ୍ରୀର କର୍କଟ ରୋଗ ଚିକିତ୍ସା କରିବା ପାଇଁ ଘରେ ଯାହାତକ ଟଙ୍କାପଇସା ସୁନା ଗହଣା ବିକ୍ରିବଟାକରି ସ୍ତ୍ରୀକୁ ଖଡ଼ିଆଳ ଭବାନୀପାଟଣା ଟିଟିଲାଗଡ଼ ସିନେ୍ଧକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା କରାଇ ଥିଲେ ମଧ୍ୟ ରୋଗ କୌଣସି ରକମର ଆରୋଗ୍ୟ ହୋଇ ପାରିନାହିଁ। ତେବେ ବେଲମତୀଙ୍କ ଏ ରୋଗ ଚିକିତ୍ସା ପାଇଁ ଆର୍ଥ ବାଧକ ସାଜିଛି।  ସେ ବର୍ତ୍ତମାନ ପ୍ରଶାସନଙ୍କୁ ଗୁହାରୀ କରି ଚିକିତ୍ସା ପାଇଁ ଆର୍ଥିକ ସହାୟତା ମାଗିଛନ୍ତି । ନିରୀହ ଗରିବଙ୍କ ପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ଥିଲେ ସୁଦ୍ଧା ବେଲମତୀ ପାଇଁ ଅପହଞ୍ଚ। ଏ ଦିଗରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେଲେ ନିରୀହ ଖଟିଖିଆ ଗରିବ ପରିବାର ଚିକିତ୍ସା ହୋଇ ପାରିବ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

Comments are closed.