କେବେ କାର୍ଯ୍ୟକ୍ଷମ ହେବ ମୁରିବାହାଲ ବ୍ଲକର ଆଦର୍ଶ ବିଦ୍ୟାଳୟ ହଷ୍ଟେଲ

ମୁରିବାହାଲ ; ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଆଦର୍ଶ ବିଦ୍ୟାଳୟରେ ୩୧୩ ଜଣ ଛାତ୍ର ଛାତ୍ରୀ ଥିବା ବେଲେ ହଷ୍ଟେଲ ନ ଥିବାରୁ ୧୮୩ ଜଣ ଛାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି। ବିଦ୍ୟାଳୟରେ ସମୁଦାୟ ୧୨ ଜଣ ଶିକ୍ଷକ ଥିବାବେଳେ ପିଜିଟି ଶିକ୍ଷକ, ଜୁନିଅର କ୍କାର୍କ, ନାଇଟ ୱାଚର ଓ ସୁଇପର ମଧ୍ୟ ନଥିବାର ଅଭିଯୋଗ ମଧ୍ୟ ହୋଇଛି।

 ତେବେ ଆଜକୁ ୩ ବର୍ଷ ହେବ ଆଦର୍ଶ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଉଛି। ମୁରିବାହାଲ ଆଦର୍ଶ ବିଦ୍ୟାଳୟରେ ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ହୋଇଥିଲେ ମଧ୍ୟ ବିଭିନ୍ନ କାର୍ଯ୍ୟ ଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଦେଖିବାକୁ ମିଳିଛି। ତେବେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ଉଦ୍ଦେଶ୍ୟରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିଛନ୍ତି ତାହା ଆଦର୍ଶ ହରାଉଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ନିନ୍ଦାର କାରଣ ସାଜିଛି। ଛାତ୍ର ଛାତ୍ରୀ ମାନେ ଦୀର୍ଘ ୧୫ରୁ ୨୦ କିମି ଦୂରରୁ ଆସୁଥିବା ବେଳେ ଅଧିକ ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଡୁଛି। ତେବେ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି। ଆଗାମୀ ଦିନରେ ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଜୋରଦାର ଆନ୍ଦୋଳକ ହେବ ବୋଲି ଆଭିଭାବକ ମାନେ ଚେତାବନୀ ଦେଇଛନ୍ତି।

Comments are closed.